Home ଜିଲ୍ଲା ପରିକ୍ରମା ରଣପୁରରେ ଜାତୀୟ ପ୍ରେସ୍ ଦିବସ ପାଳିତ

ରଣପୁରରେ ଜାତୀୟ ପ୍ରେସ୍ ଦିବସ ପାଳିତ

80

ନୟାଗଡ/୧୬/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ଜାତୀୟ ପ୍ରେସ୍ ଦିବସ ଅବସରରେ ନୟାଗଡ ଜିଲ୍ଲା ରଣପୁର ପ୍ରେସ୍ କ୍ଲବ୍ ତରଫରୁ ସାମ୍ବାଦିକ ଏକତା ସୁସ୍ଥ ରଣପୁର ଗଠନରେ ସହାୟକ ହେବା ଉଦ୍ଦେଶ୍ୟରେ ସହିଦ୍ ରଘୁ-ଦିବାକର ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିାକଶ ପାଇଁ ପ୍ରେସ୍ କ୍ଲବ୍ ର ସମସ୍ତ ସଦସ୍ୟ ପ୍ରତିଶୃତି ବଦ୍ଧ ହୋଇଥିଲେ । ପ୍ରେସ୍ କ୍ଲବର କାର୍ଯ୍ୟକାରୀ ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ,ସଭାପତି ସୁକାନ୍ତ ପଟ୍ଟନାୟକ,ସମ୍ପାଦକ ବ୍ରଜ ରଣସିଂ, ଉପସଭାପତି ରଘୁନାଥ ନାୟକ,କୋଷାଧକ୍ଷ କୃଷ୍ଣଚନ୍ଦ୍ର ଦାଶ ଓ ସମସ୍ତ ସାମ୍ବାଦିକ ଏଥିରେ ସାମିଲ୍ ଥିଲେ । ଡଃ.ଉଲ୍ଲାସ ଙ୍କୁ ନେଇ ସାମ୍ବାଦିକ ମାନେ ଏକ ବୈଠକ କରିଥିଲେ । ପ୍ରତିଦିନ ୨ ଜଣ ଲେଖାଏଁ ସାମ୍ବାଦିକ ପରିଦର୍ଶନ କରି ଉନ୍ନତିରେ ଚିନ୍ତା ପ୍ରକଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.