Home ଓଡ଼ିଶା ଯୋଡା : ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସଦଭାବନା ଯାତ୍ରା

ଯୋଡା : ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସଦଭାବନା ଯାତ୍ରା

104

ଯୋଡା – ୧୬/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଗୁରୁବାର ପୂର୍ବାହ୍ନରେ ଯୋଡା ବସ୍ ଷ୍ଟାଣ୍ଡ ଠାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ, ଉକ୍ରଳ ଗାନ୍ଧୀ ସ୍ମାରକନିଧି, ରାଜୀବଗାନ୍ଧୀ ଫାଉଣ୍ଡେସନ ପକ୍ଷରୁ ମହାତ୍ମାଗନ୍ଧୀଙ୍କର ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ପଥପ୍ରାନ୍ତ ନାଟକ ‘ଅଚିହ୍ନା ଶବ’ ଅନୁଷ୍ଠିତ ହୋଇଯାଇଛି । ଏହି ଶାନ୍ତି -ସଂହତି-ସଦଭାବନା ଯାତ୍ରା ଜାନୁଆରୀ ୩୦ ତାରିଖ ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସରେ ପୁନ୍ୟାତ୍ମା ଉକ୍ରଳମଣୀ ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ସୁଆଣ୍ଡ ଠାରେ ପହଞ୍ଚିବ । ଗୁରୁବାର ର୍ପୂର୍ବାହ୍ନରେ ଏହି ଯାତ୍ରା ଯୋଡା ଠାରେ ପହଞ୍ଚିବା ପରେ ଯୋଡା ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ, ବୁଦ୍ଧିଜୀବୀମାନେ ଏହାକୁ ଭବ୍ୟ ସ୍ୱାଗତ କରିଥିଲେ । ଏହି ସାଂସ୍କୃତିକ ପରିଷଦ ପକ୍ଷରୁ ଉକ୍ରଳ ଗାନ୍ଧୀ ସ୍ମାରକୀନିଧିର ନିଶାକର ଦାସ ଯାତ୍ରାର ମୁଖ୍ୟ ସଂଯୋଜକ ଡଃ ବିଶ୍ୱଜିତ୍ ରଏ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ, ଗାନ୍ଧୀଙ୍କ ବିଚାର ଓ ଆଦର୍ଶବାଦ ହିଁ ଏହି ଘଡି ସନ୍ଧି ମୁହୁର୍ତ୍ତରେ ଦେଶକୁ ରକ୍ଷା କରିପାରିବ, ଏହି ଦାୟିତ୍ୱ ଯୁବ ସମାଜ ନେବା ଆବଶ୍ୟକ । ଜାତୀ, ଧର୍ମ, ବର୍ଣ୍ଣ ଠାରୁ ଉର୍ଦ୍ଧ୍ୱରେ ରହି ବିଭାଜନର ଚକ୍ରାନ୍ତକୁ ପ୍ରତିହତ କରିବା ପାଇଁ ହେଉଥିବା ଏହି ଶାନ୍ତି-ସଂହତି-ସଦଭାବନା ଯାତ୍ରା ଏକ ମାଇଲଖୁଣ୍ଟ ହୋଇ ରହିବ ଏବଂ ଯୁବ ପୀଢିଙ୍କ ମଧ୍ୟରେ ଉନ୍ମାଦନା ସୃଷ୍ଟି କରିବ ବୋଲି ସେ ଉଦବୋଧନ ଦେଇଥିଲେ । ଏହି ଯାତ୍ରାଟିକୁ ପରିଚାଳନା କରିବାରେ ପ୍ରତିଷ୍ଠାନ ପକ୍ଷରୁ ଗିରିଶ ଚନ୍ଦ୍ର ମହାପାତ୍ର, ଅଭୟ ଦାସ, ହରପ୍ରୀୟା ମହାନ୍ତି, ବାସୁଦେବ ବାନାର୍ଜୀ, ପ୍ରିୟଙ୍କା ସାହୁ, ଲିପି ଘୋଷ, ଶ୍ରଦ୍ଧା ଷଡଙ୍ଗି । ରାଷ୍ଟ୍ରୀୟ ଯୁବ ସଂଗଠକ ମାନସ ପଟ୍ଟନାୟକ, ରଣଜିତ୍ ଦେହୁରୀ, ସାଗର ଦାସ, ସୁଦିପ ମିତ୍ର, ଅଲିଭା ଦାସ, ପ୍ରଜ୍ଞା ବେହେରା, ଦିପାଞ୍ଜଳୀ ଭୋଇ, ଚିନ୍ମୟ ସୁତାର, ପ୍ରୀୟଙ୍କା ପ୍ରୀୟଦର୍ଶିନୀ, ମାମାଲୀ ଗଡନାୟକ, ତ୍ରିଲୋଚନ ମଲ, ବିଶ୍ୱଜିତ୍ ମହାନ୍ତି, ବିକ୍ରମ ପଣ୍ଡା, ଅରବିନ୍ଦ ନାଏକ, ଫୁଲଲତା ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସାମ୍ବାଦିକ ପ୍ରକାଶ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ସାରଦା ପ୍ରସାଦ ଆ·ର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପୂର୍ବରୁ ସେରେଣ୍ଡା ଠାରେ ଥିବା ଗାନ୍ଧୀବାଦି ତଥା ସମାଜସେବୀ ପଦ୍ମଶ୍ରୀ ଡଃ ତୁଳସୀ ମୁଣ୍ଡାଙ୍କ ଆଶ୍ରମ ସ୍କୁଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଡଃ ମୁଣ୍ଡାଙ୍କ ସମେତ ପରିଚାଳିକା ଦମୟନ୍ତୀ ସାମଲ ଏବଂ ସମସ୍ତ ଛାତ୍ର-ଛାତ୍ରୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.