Home ଓଡ଼ିଶା ଯୋଡା ପୁଲିସ ପ୍ରଶାସନ ପକ୍ଷରୁ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

ଯୋଡା ପୁଲିସ ପ୍ରଶାସନ ପକ୍ଷରୁ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳିତ

85

ଯୋଡା – ୧୬/୦୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ-୨୦୨୦ ଜାନୁଆରୀ ମାସ ୧୧ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲୁରହିଥିବା ବେଳେ ‘ସୁରକ୍ଷିତ ରୁହନ୍ତୁ ସୁଖି ରହନ୍ତୁ’ର ବାର୍ତ୍ତା ବହନ କରି ଗୁରୁବାର ଦିନ ଯୋଡା ପୁଲିସ ପ୍ରଶାସନ ପକ୍ଷରୁ ଏକ ଭବ୍ୟ ମୋଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା । ଏଥିରେ ୩ଶହ ରୁ ଉର୍ଦ୍ଧ୍ୱ ମୋଟରସାଇକେଲ ଚାଳକ ହେଲମେଟ ପିନ୍ଧି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଡାକବାଜୀ ଯନ୍ତ୍ର ସାହାଯ୍ୟରେ ସଡକ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ବିରାଟ ରାଲିର ନେତୃତ୍ୱ ବଡବିଲ ଏସ.ଡି.ପି.ଓ. ସତ୍ୟବିକାଶ ଭୂୟାଁ ନେଇଥିବା ବେଳେ ଯୋଡା ଥାନା ଭାରପ୍ରାପ୍ତ ଅଧିକାରୀ ରାଇସେନ ମୁର୍ମୁ ଏବଂ ଅନ୍ୟ ପୁଲିସ କର୍ମଚାରୀମାନେ ଯୋଗଦେଇଥିଲେ । ଯୋଡା ଥାନା ନିକଟକୁ ଏହି ରାଲିଟି ବାହାରି ସମଗ୍ର ଯୋଡା ସହର ପରିକ୍ରମା କରି ପୁନଃର୍ବାର ଥାନା ନିକଟରେ ସମାପ୍ତ ହୋଇଥିଲା । ଏହି ସପ୍ତାହ ପାଳନ ଅବସରରେ ବୁଧବାର ଦିନ ଯୋଡା ୱେଷ୍ଟସ୍ଥିତ ଟାଟା କମ୍ପାନୀ ଅଡିଟୋରିଅମ୍ ହଲ୍ରେ ଟ୍ରକ ଚାଳକ ଏବଂ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବଡବିଲ ଆରଟିଓ ମାନସ ରଞ୍ଜନ ସାହୁ, କେନ୍ଦୁଝର ଆରଟିଓ ନିର୍ମଳ ମହାନ୍ତି, କେନ୍ଦୁଝର ରେଡକ୍ରସ ସୋସାଇଟି ର ଏ.ଆର. ଖାନ, ବୁର୍ଲା କଲେଜକୁ ଆସିଥିବା ପ୍ରଫେସର ସୁଶାନ୍ତ କୁମାର ପାଇକରାୟ, ପ୍ରତାପ ପ୍ରଧାନ, ଏସ୍. ବେହେରା ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.