Home ଓଡ଼ିଶା ମୋଟୁ ବିନାୟକପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ,୫ଜଣ ଅଭିଯୁକ୍ତ ଗିରଫ

ମୋଟୁ ବିନାୟକପୁର ହତ୍ୟାକାଣ୍ଡର ପର୍ଦ୍ଦାଫାସ,୫ଜଣ ଅଭିଯୁକ୍ତ ଗିରଫ

125

ମାଲକାନଗିରି,୨୮ା୬ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସୀମାନ୍ତ ମୋଟୁ ଥାନାସ୍ଥ ଦୁର୍ଗମ ଅପହଁଚ ଇଲାକା ବିନାୟକପୁର ଗ୍ରାମରେ ଗତ୨୪ତାରିଖ ରାତ୍ରରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ସେହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ, ଏହା ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଥିବାର ଜଣାପଡିଛି । ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ୫ଜଣଙ୍କୁ ଆଜି ମୋଟୁ ଥାନା ପୁଲିସ ଗିରଫ କରି କୋର୍ଟଚଲାଣ କରିଛନ୍ତି । ଗିରଫ ମାନେ ହେଲେ ବାନାୟକପୁର ଗାଁର ସଲବମ ମାଲେସଶ(୨୩),ସୋଡି ସାତାରାୟା(୪୫),ଉରୁମା ଲାଛାୟା(୧୯),ସଲବମ ନାଗରାଜ(୨୩)ଉର୍ମାରାମା(୩୫) ଏହି ୫ଜଣ ଗତ ୨୪ତାରିଖ ରାତ୍ରରେ ଲୁହାରଡ,ଟାଙ୍ଗିଆ ଦ୍ୱାରା ସେ ମାଓ ଝିଅଙ୍କୁ ଆକ୍ରମଣକରି ଥିଲେ । ହତ୍ୟାସମୟରେ ବ୍ୟବହୃତ ହୋଇଥିବା ଲୁହାରଡ,ଟାଙ୍ଗିଆ କୁ ପୁଲିସ ଜବତ କରିଛି । ଗାଁରେ ଗୁଣି କରି ଲୋକମାନଙ୍କୁ ହଇରାଣ କରୁଥିବାରୁ ମା ଓ ଝିଅଙ୍କୁ ସେମାନେ ଦଣ୍ଡଦେବା ପାଇଁ ଏପରି କରିଥିବାର ପୁଲିସନିକଟରେ ପ୍ରକାଶ କରିଛନ୍ତି । ପ୍ରଥମ ଲକଡାଉନ ସମୟରେ ବିନାୟକପୁର ଗାଁର ୨ଜଣ ଲୋକ ରୋଗରେ ପଡି ମୃତ୍ୟୁ ଘଟିଥିଲା, ଏହି ମା ଓ ଝିଅ ଦୁଇଜଣ ଗୁଣି କରି ସେମାନଙ୍କୁ ମାରିଦେଲେ ବୋଲି ଅଭିଯୁକ୍ତମାନେ ସନ୍ଦେହକରି ମା ଝିଅଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ଏପରି କରିଥିବାର ପୁଲିସ ନିକଟରେ କହିଛନ୍ତି । ଘଟଣାରୁ ପ୍ରକାଶ ଯେ ମୋଟୁଥାନା ସ୍ଥ ବିନାୟକପୁୁର ଗ୍ରାମର ସାଲବମ ଲାଛି(୭୫) ଓ ତାଙ୍କର ଝିଅ ସାଲବମ କାନି (୪୫)ଗତ ୨୪ତାରିଖ ରାତ୍ରରେ ନିଜଘର ବାରଣ୍ଡାରେ ଖଟିଆରେ ଶୋଇଥିବା ସମୟରେ କେତେ ଜଣ ଦୁବ ର୍ୁତ ସେଠାରେ ପହଁଚି ମା ଓ ଝିଅଙ୍କୁ ଧାରୁଆ ଅସ୍ତ୍ର ଦ୍ୱାରା ମରଣାନ୍ତକ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ମା ସଲବମ ଲାଛି ଙ୍କର ମୃତ୍ୟୁ ଘଟିଥିବା ବେଳେ ଝିଅ ସଲବମ କାନି ଗୁରୁତର ଭାବେ ଆହତ ହୋଇ ଅଚେତ ଅବସ୍ଥାରେ ଖିଟଆରେ ପଡିଥିଲେ । ୨୫ ତାରିଖ ସକାଳେ ସେହି ରାସ୍ତା ଦେଇ ଗାଁର କିଛି ଯବୁକ ଯାଉଥିବା ସମୟରେ ରକ୍ତ ଜୁଡୁବୁଡୁ ହୋଇ ମା ଝିଅ ଖଟିଆରେ ପଡିଥିବାର ଦେଖି ଗ୍ରାମବାସୀ ମାନଙ୍କୁ ଡାକପକାଇତିଲେ । ଗ୍ରାମବାସୀ ମାନେ ସେଠାରେ ପହଁଚି ଏ ସଂପର୍କରେ ମୋଟୁ ଥାନାରେ ଜଣାଇବା ପରେ ମୋଟୁ ଥାନା ଅଧିକାରୀ ରଘୁନାଥମାଝୀ ପୁଲିସ ସଦଳବଳ ବିନାୟକପୁର ଗ୍ରାମରେ ପହଁଚି ଆହତ ସାଲବମ କାନିଙ୍କୁ ମୋଟୁ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇ ବୃଦ୍ଧାଙ୍କ ମୃତଶରୀର ଜବତ କରି କାଲିମେଳା ହସପିଟାଲକୁ ଶବବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଥିଲେ । ସାଲବମ କାନିଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୋଟୁ ଡାକ୍ତର ମାଲକାନଗିରି ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତରିତ କରିଥିଲେ କାନିଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ଡାକ୍ତର ମାନେ କୋରାପୁଟ ହସପିଟାଲକୁ ଚିକିତ୍ସା ନିମନ୍ତେ ପଠାଇଛନ୍ତି । ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇ ଏହି ହତ୍ୟାକାଣ୍ଡର ତଦନ୍ତ ଜୋରଦାର ଚାଲିଥିଲା । ଆଜି ମୋଟୁ ଥାନା ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.