Home ଓଡ଼ିଶା ମୃତ ହାତୀ ଛୁଆ ଉଦ୍ଧାର

ମୃତ ହାତୀ ଛୁଆ ଉଦ୍ଧାର

108

ରାଉରକେଲା ୧୯-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଥମୁନି ହାତୀ ଉତ୍ପାତ ଓ ମୃତ୍ୟ ଘଟଣା। ରାଜ୍ୟର ଅନେକ ସ୍ଥାନରେ ବିଜୁଳୀ କରେଂଟ, ଟ୍ରେନ ଧକ୍କାରେ ହାତୀ ମାନେ ମରୁଥିବା ଘଟଣା ଜଣାପଡ଼ୁଥିବା ବେଳେ ପାନପୋଷ ରେଂଜରେ ଥିବା ଡଲାକୁଦରରୁ ଗତକାଲି ଏକ ମୃତୁ ହାତୀ ଛୁଆ ଉଦ୍ଧାର କରିଛି ବନବିଭାଗ। ଏହାର ମୃତ୍ୟୁର ସଠିକ କାରଣ ଜାଣିବା ଲାଗି ପୋଷ୍ଟମର୍ଟମ ପରେ ମୃତ ଶାବକକୁ ପୋତିଦିଆଯାଇଛି। ସୂଚନା ଅନୁଯାୟୀ, ରାଉରକେଲା ପାନପୋଷ ରେଂଜର ହାତିବନ୍ଧା ପଂଚାୟତର ଡଲାକୁଦର ଓ କନରସୁଆଁ ମଧ୍ୟବର୍ତ୍ତୀ ଜଙ୍ଗଲରୁ ପ୍ରାୟ ୪ ମାସର ହାତୀ ଛୁଆ ମରିପଡ଼ିଥିବା ସୂଚନା ବନବିଭାଗର ହସ୍ତଗତ ହୋଇଥିଲା। ଡିଏଫଓ ସଂଜୟ ସ୍ୱାଇଁ ସମେତ ବନକର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ତେବେ ଏହା ହାତୀପଲ ମଧ୍ୟରେ ସଂଘର୍ଷ ଯୋଗୁ ଛୋଟ ହାତୀ ଛୁଆର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥିଲା। ପରେ ପୋଷ୍ଟ ମର୍ଟମ ପରେ ଏହା ସାଧାରଣ ସଂଘର୍ଷଜନିତ ମୃତ୍ୟୁ ବୋଲି ଡ଼ିଏଫଓ ଶ୍ରୀ ସ୍ୱାଇଁ କହିଛନ୍ତି। ସୂଚନାଯୋଗ୍ୟ, ରାଉରକେଲା ଜଙ୍ଗଲ ନିକଟବର୍ତ୍ତୀ ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାବର୍ତ୍ତୀ ସରଣ୍ଡାରୁ ବହୁ ପରିମାଣରେ ହାତୀପଲ ସହରାଭିମୁଖୀ ହୋଇଥାନ୍ତି। ସମ୍ପ୍ରତ୍ତି କୁଆଁରମୁଣ୍ଡା ରେଂଜ ଓ ଆଖପାଖ ଅଂଚଳରେ ଖାଦ୍ୟ ଅନ୍ୱେଷଣରେ କିଛି ହାତୀପଲ ଡେରା ଜମାଇଛନ୍ତି। ଗ୍ରାମବାସୀ ମାନେ ଭୟଭୀତ ଥିବା ବେଳେ ୩ -୪ ଦିନ ପୂର୍ବେ ଉକ୍ତ ରେଂଜରେ ହାତୀ ଏକ ବାଳକକୁ ଟେକି ମାରି ଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.