Home ଓଡ଼ିଶା ରେଳ ବୋର୍ଡ ସଦସ୍ୟ, ଟ୍ରାଫିକ କାର୍ଯ୍ୟଭାର ଗ୍ରହଣ କଲେ ୧୯୮୨ ବ୍ୟାଚର ବରିଷ୍ଠ ଆଇଆରଟିଏସ ଅଧିକାରୀ...

ରେଳ ବୋର୍ଡ ସଦସ୍ୟ, ଟ୍ରାଫିକ କାର୍ଯ୍ୟଭାର ଗ୍ରହଣ କଲେ ୧୯୮୨ ବ୍ୟାଚର ବରିଷ୍ଠ ଆଇଆରଟିଏସ ଅଧିକାରୀ ଶ୍ରୀ ପି. ଏସ. ମିଶ୍ର

163

ନୂଆ ଦିଲ୍ଲୀ ୧୮-୭ (ଓଡ଼ିଆ ପୁଅ) ଭାରତୀୟ ରେଳ ଟ୍ରାଫିକ ସେବା (ଆଇଆରଟିଏସ)ର ୧୯୮୨ ବ୍ୟାଚର ଅଧିକାରୀ ଶ୍ରୀ ପୂର୍ଣ୍ଣେନ୍ଦୁ ଏସ ମିଶ୍ର ରେଳ ବୋର୍ଡ ସଦସ୍ୟ ଟ୍ରାଫିକ (ଏମଟି) ଏବଂ ସରକାରଙ୍କ ପଦାସୀନ ସଚିବ ଭାବେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଏହି ପଦରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଶ୍ରୀ ମିଶ୍ର ଦକ୍ଷିଣ-ପୂର୍ବ ରେଳପଥ ଏବଂ ପୂର୍ବ ରେଳପଥର ମହାପ୍ରବନ୍ଧକ ଥିଲେ।

ଶ୍ରୀ ମିଶ୍ର ବିଭିନ୍ନ ପଦପଦବୀ ଯଥା ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ, ମୁମ୍ବାଇସ୍ଥିତ ପଶ୍ଚିମ ରେଳପଥର ପ୍ରମୁଖ କାର୍ଯ୍ୟ ପ୍ରବନ୍ଧକ, ରେଳ ବୋର୍ଡର ସୁରକ୍ଷା ପରାମର୍ଶଦାତା, କର୍ପୋରେଟ ସଂଯୋଜକ କାର୍ଯ୍ୟକାରୀ ନିର୍ଦ୍ଦେଶକ, ରାୟପୁର ସ୍ଥିତ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥର ଡିଭିଜନାଲ ରେଳ ପ୍ରବନ୍ଧକ ଏବଂ ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଟ୍ରାଫିକ ଯୋଜନା ପ୍ରବନ୍ଧକ ଭାବେ କାର୍ଯ୍ୟ କରିସାରିଛନ୍ତି। ଏହାବ୍ୟତୀତ ଶ୍ରୀ ମିଶ୍ର ପୂର୍ବତଟ ରେଳପଥ ଏବଂ ପୂର୍ବ ମଧ୍ୟ ରେଳପଥରେ ମୁଖ୍ୟ ମାଲ ଫ୍ରିଟ ପ୍ରବନ୍ଧକ, ମୁଖ୍ୟ ପରିବହନ ଯୋଜନା ପ୍ରବନ୍ଧକ ଏବଂ ମୁଖ୍ୟ ଯାତ୍ରୀ ପରିବହନ ପ୍ରବନ୍ଧକ ଦାୟିତ୍ୱ ମଧ୍ୟ ତୁଲାଇସାରିଛନ୍ତି।

ଶ୍ରୀ ମିଶ୍ର ବିଦେଶରେ ବିଭିନ୍ନ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାମିଲ ହୋଇସାରିଛନ୍ତି। ଏଥିମଧ୍ୟରେ ଆମେରିକାର ପିଟର୍ସବର୍ଗରେ ଆଡଭାନ୍ସଡ ଷ୍ଟାଟେର୍ଜି ମ୍ୟାନେଜମେଂଟ ପ୍ରୋଗ୍ରାମ ତଥା ଦକ୍ଷିଣ ଆଫ୍ରିକାରେ ଲଙ୍ଗ ହଲ ଅପରେସନରେ ସାମିଲ ହୋଇଥିଲେ। ଶ୍ରୀ ମିଶ୍ରଙ୍କର କ୍ରୀଡ଼ା ଓ କଲ୍ୟାଣକାରୀ କାର୍ଯ୍ୟରେ ଯଥେଷ୍ଟ ରୁଚି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.