Home ଓଡ଼ିଶା ମୋଟର ଯାନ ସଂଶୋଧନ ବିଲକୁ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ

ମୋଟର ଯାନ ସଂଶୋଧନ ବିଲକୁ ପ୍ରତ୍ୟାହାର ଦାବିରେ ସିଟୁର ବିକ୍ଷୋଭ

113

ରାଉରକେଲା ୧୯-୭ (ଓଡ଼ିଆ ପୁଅ/ସୁବୋଧ ନାୟକ) : ପରିବହନ ଶିଳ୍ପ ଓ ପରିବହନ ଶ୍ରମିକ ତଥା ଜନବିରୋଧୀ ମୋଟର ଯାନ ସଂଶୋଧନ ବିଲ ୨୦୧୯କୁ କେନ୍ଦ୍ର ସରକାର ସଂସଦରେ ଆଗତ କରିବାକୁ ଯାଉଛନ୍ତି। ଏହା ବିରୋଧରେ ସାରା ଦେଶରେ ଅସନ୍ତୋଷ ଦେଖାଯାଇଛି। ଏହାକୁ ଭାରତ ସଡ଼କ ପରିବହନ ଶ୍ରମିକ ଫେଡ଼େରେସନ ବିଲକୁ ପ୍ରତ୍ୟାହାର କରିବାକୁ ଦୃଢ଼ ଦାବି ହୋଇଛି। ସମଗ୍ର ଦେଶରେ ପ୍ରତିବାଦ ଦିବସଚ ପାଳନ କରାଯାଇଥିବା ବେଳେ ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ, ରାଉରକେଲା ମିନିବସ ସଂଘ, ପକ୍ଷରୁ ନୂଆ ବସ ଷ୍ଟାଣ୍ଡ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଉରକେଲା ଅତିରିକ୍ତ ଜିଲ୍ଲାପାଳଜରିଆରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସିଟୁ ସର୍ବଭାରତୀୟ ଉପାଧ୍ୟକ୍ଷ କମ୍ରେଡ଼ ବିଷ୍ଣୁ ମହାନ୍ତିଙ୍କ ଏହି ଅବସରରେ କର୍ପୋରେଟ ହାଉସର ସ୍ୱାର୍ଥ ରକ୍ଷା ପାଇଁ ସମସଗ୍ର ଦେଶର ପରିବହନ ଶିଳ୍ପକୁ ବଡ଼ ବଡ଼ ପୁଂଜିପତିଙ୍କ ହାତରେ ଟେକିଦେବାକୁ ବିଜେପି ସରକାର ପଦକ୍ଷେପ ଗ୍ରହଣ କରିଛି। ଏହି ସଂଶୋଧନ କେବଳ ଜେଲ ଓ ଜରିମନାର ବିଧେୟକ ବୋଲି ଶ୍ରୀ ମହାନ୍ତି କହିଥିଲେ। ଏଥିରେ କେବଳ ପରିବହନ ଶିଳ୍ପରେ କାମ କରୁଥିବା ଚାଳକ, କଣ୍ଡକ୍ଟର କିମ୍ବା ହେଲପରଙ୍କ ଉପରେ ଆକ୍ରମଣ ନୁହେଁ ଛୋଟ ଛୋଟ ମାଲିକ ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ହେଉଛି। ଏହି କଳା ବିଲକୁ ତୁରନ୍ତ ପ୍ରତ୍ୟାହାର କରବିାକୁ ବିକ୍ଷୋଭରେ ଦାବିକ ରାଯାଇଥିଲା। ଉପସଭାପତି ବିମାନ ମାଇତି, ରାଜକିଶୋର ପ୍ରଧାନ, ଅକ୍ଷୟ ମହାନ୍ତି, ଅରଉଣ ମହାରଣା, ବଜରଙ୍ଗୀ ଚୌଧୁରୀ, ଗୋପାଳ ହାଜରା, ଦିବାକର ନାୟକ, ରାମଜାନ ମିଆଁ ପ୍ରମୁଖ ନେତୃତ୍ୱରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.