Home ଜିଲ୍ଲା ପରିକ୍ରମା ମାଳିସାହି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

ମାଳିସାହି ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପ୍ରସ୍ତୁତି ବୈଠକ

628

ନୟାଗଡ଼, ୮ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତିକେଶ ଉଚ୍ଚବିଦ୍ୟାଳର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ବିମଳ ଚନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମାଜସେବୀ ବିଶ୍ୱନାଥ ମହାପାତ୍ର, ପ୍ରାକ୍ତନ ବିଜ୍ଞାନ ଶିକ୍ଷକ ମୃତ୍ୟୁଞୟ ମହାପାତ୍ର, ହୃଷିକେଶ ଦାସ ପ୍ରମୁଖ ଯୋଗଦେଇ ଉତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲାବେଳେ ପ୍ରାକ୍ତନ ଛାତ୍ରଛାତ୍ରୀମାନେ ଯୋଗଦେଇ ଉତ୍ସବକୁ ସରସ ସୁନ୍ଦର କିପରି କରାଯାଇପାରିବ ତାହା ଉପରେ ମତବ୍ୟକ୍ତ କରିଥିଲେ। ଆସନ୍ତା ଡିସେମ୍ବର ମାସ ୨୧ ଓ ୨୨ତାରିଖ ୨ ଦିନ ଧରି ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ହେବ ବୋଲି ସିଦ୍ଧାନ୍ତ ନିଆଯାଇଥିଲାବେଳେ ଅତିଥି ଚୟନ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆନୁସଙ୍ଗୀକ ରୂପରେଖ ପ୍ରସ୍ତୁତି ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ନିଷ୍ପତି ନିଆଯିବ ବୋଲି ପ୍ରସ୍ତାବ ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.