Home ଓଡ଼ିଶା ଚିନିକଳ ଚାଲିବା ପାଇଁ ଆଖୁଚାଷୀ ଆନ୍ଦୋଳନ ୧୬ରେ

ଚିନିକଳ ଚାଲିବା ପାଇଁ ଆଖୁଚାଷୀ ଆନ୍ଦୋଳନ ୧୬ରେ

1093

ନୟାଗଡ଼, ୮-୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଚିନିକଳ ବନ୍ଦ କରିବା ପରିପ୍ରେକ୍ଷୀରେ ଆଖୁଚାଷୀ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ଏଥିପାଇଁ ଗାଁ ଗାଁରେ ଚାଷୀମାନେ ବୈଠକ କରି ଏହାର ଉଚିତ୍ ଜବାବ୍ ଦେବାପାଇଁ ସଜବାଜ ହେଉଥିବା ଦେଖାଦେଇଛି। ନୟାଗଡ଼ ଚିନିକଳ ସୁରକ୍ଷା ମଂଚ ତରଫରୁ ଆସନ୍ତା ୧୬ ତାରିଖରେ ଆନ୍ଦୋଳନକୁ ଜୋରଦାର କରାଯିବା ପାଇଁ ସବୁ ପ୍ରକାର ପସ୍ତୁତି ଜୋରସୋରରେ ଚାଲିଛି। ସୁରକ୍ଷା ମଂଚ ପକ୍ଷରୁ ଚାଷୀନେତା ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଗାଁ ଗାଁରେ ଆଖୁଚାଷୀ ବୈଠକ ଘନ ଘନ ବସୁଛି। ନୟାଗଡ଼ ଆଖୁଚାଷୀଙ୍କ ଭାତହାଣ୍ଡି ଚିନିକଳ ବନ୍ଦ କରାଯିବାକୁ ଯେଉଁ ପ୍ରୟାସ ଚାଲିଛି ତା’କୁ କୌଣସି ପ୍ରକାରେ ସଫଳ କରାଇ ଦିଆଯିବ ନାହିଁ ବୋଲି ମଂଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଗଣ ଆନ୍ଦୋଳନର ଚାପ ସୃଷ୍ଟି କରିବାକୁ ଗଣ ସଚେତନତା ସଭା, ସମାବେଶ, ନୟାଗଡ଼ ବନ୍ଦ ଓ ନୟାଗଡ଼ରୁ ରାଜଧାନୀ ଚାଷୀ ପଦଯାତ୍ରା କରାଯିବା ପାଇଁ ମଂଚ ପକ୍ଷରୁ ଆହ୍ୱାନ ଦିଆଯାଇଥିଲାବେଳେ ଆସନ୍ତା ୧୬ ତାରିଖରେ ନୟାଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହେବ ବୋଲି ସୁରକ୍ଷା ମଂଚ ଘୋଷଣା କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.