Home ଓଡ଼ିଶା ଅସୁରକ୍ଷିତ ବାହାର ଖାଦ୍ୟ! ସତର୍କତା ଜରୁରୀ

ଅସୁରକ୍ଷିତ ବାହାର ଖାଦ୍ୟ! ସତର୍କତା ଜରୁରୀ

1340

ରାଉରକେଲା ୮-୭ (ଓଡ଼ିଆ ପୁଅ/ସୁବୋଧ ନାୟକ): ବର୍ଷା ଦିନରେ ପରିବେଶ ସନ୍ତସନ୍ତିଆ ହେବା ତଥା ବିଭିନ୍ନ ଜାଗାରେ ବର୍ଷାପାଣି ଜମି ରହିବା କାରଣରୁ ମଶା, ମାଛିଙ୍କ ବିଚରଣ ବେଶୀ ମାତ୍ରାରେ ଦେଖିବାକୁ ମିଳିଥାଏ। ସାଧାରଣତଃ ମାଛି ଗୁଡ଼ିକ ବିଭିନ୍ନ ଖାଦ୍ୟପଦାର୍ଥରେ ବସି ରହି ବିଭିନ୍ନ ରୋଗ ସଂକ୍ରମଣର ବାହକ ହୋଇଥାନ୍ତି। ବିଭିନ୍ନ ମିଷ୍ଟାନ ଓ ଅନ୍ୟ ଖାଦ୍ୟରେ ମାଛି ବସିଥାଏ। ସେହି ଖାଦ୍ୟକୁ ସେବନ କରିବା ଦ୍ୱାରା ବିଭିନ୍ନ ରୋଗ ଯେପରି ଡାଇରିଆ, ଟାଇଫଏଡ଼ ଓ ଅନ୍ୟ ପେଟ ରୋଗ ଜଣେ ବ୍ୟକ୍ତିଙ୍କୁ ସଂକ୍ରମିତ ହୋଇଥାଏ। ବାହାରେ ଅସୁରକ୍ଷିତ ଢଙ୍ଗରେ ଠେଲା, ହୋଟେଲ, ଓ ଢାବା ଆଦିରେ ପରିବେଷଣ କରାଯାଉଥିବା ଜଳଖିଆ, ମଧ୍ୟାହ୍ନଭୋଜନ, ରାତ୍ରୀ ଭୋଜନକୁ ସେବନ କରିବା ଦ୍ୱାରା ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ସଂକ୍ରମଣ ରୋଗରେ ପିଡ଼ୀତ ହୋଇଥିବା ଅନେକ ସମୟରେ ଦେଖିବାକୁ ମିଳେ।

ରାଉରକେଲାରେ ରହିଛି ବହୁ ଗୁଡ଼ିଏ ହୋଟେଲ, କିଛି ଢାବା ଓ ୧୦୦ରୁ ଉର୍ଦ୍ଧ ଠେଲାରେ ପରିବେଶିତ ଜଳଖିଆ ଦୋକାନ। ଘରେ ପ୍ରସ୍ତୁତ ଖାଦ୍ୟ ଠାରୁ ବାହାର ଖାଦ୍ୟ ପ୍ରତିଦିନ ଭୋଜନ କରିବାକୁ ଅନେକ ବ୍ୟକ୍ତିଙ୍କ ମନରେ ଲାଳସା ଉତ୍ପନ ହୋଇଥାଏ। ଫଳରେ ଅନେକ ବ୍ୟକ୍ତି ସକାଳେ ଠେଲାରେ ବିକ୍ରି ହେଉଥିବା ଇଡ଼ିଲି, ଦୋସା, ସିଙ୍ଗଡ଼ା, ବରା, ଆଳୁଚପ, ପୁରି, ତରକାରୀ ଖାଇବାକୁ ପସନ୍ଦ କରିଥାନ୍ତି। ଅପରପକ୍ଷରେ ଠେଲାରେ ବିକ୍ରି ହେଉଥିବା ଖାଦ୍ୟ ଗୁଡ଼ିକ ଖୋଲାମେଲା ଭାବେ ପଡ଼ିରହିବା ଯୋଗୁ ତା’ ଉପରେ ମାଛିଙ୍କ ବିଚରଣ ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ। ଯାହାଦ୍ୱାରା ସମ୍ପୃକ୍ତ ଖାଦ୍ୟ ସଂକ୍ରମିତ ହେବା ଆଶଙ୍କା ବହୁମାତ୍ରାରେ ବୃଦ୍ଧି ପାଇଥାଏ। ସେହିପରି ରାଉରକେଲାର କିଛି ହୋଟେଲରେ ଖାଦ୍ୟ ପରିବେଷଣ ସମୟରେ ସ୍ୱଚ୍ଛତା ଓ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଆଯାଉନାହିଁ ବୋଲି ଅଂଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି ରାଉରକେଲାରେ ବାହାର ଠେଲା ଓ ହୋଟେଲରେ ପରିବେଷଣ କରାଯାଉଥିବା ଖାଦ୍ୟ ମାନର ଉପଯୁକ୍ତ ଯାଂଚ ସବୁ ସମୟରେ ସମ୍ପୃକ୍ତ ବିଭାଗ ପକ୍ଷରୁ କରା ଯାଉନଥିବାରୁ ଠେଲାରେ ଖାଦ୍ୟ ବିକ୍ରି କରୁଥିବା ବେପାରୀ ମାନେ ସ୍ୱଚ୍ଛତା ଓ ଖାଦ୍ୟର ମାନପ୍ରତି ଏତେଟା ଗୁରୁତ୍ୱ ଦେଉନାହାନ୍ତି। ଅପରପକ୍ଷରେ ବର୍ଷାଦିନେ ବାହାର ଖାଦ୍ୟ ଖାଇବା ସମୟରେ ସତର୍କତା ଅତି ମାତ୍ରାରେ ଜରୁରୀ ବୋଲି ବୁଦ୍ଧଜିବୀ ମହଲରେ ମତ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.