Home ଜିଲ୍ଲା ପରିକ୍ରମା ମାନବାଧିକାର ମିଶନର କାର୍ଯ୍ୟକାରୀ ବୈଠକ

ମାନବାଧିକାର ମିଶନର କାର୍ଯ୍ୟକାରୀ ବୈଠକ

57

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବେସରକାରୀ ସଂଗଠନ ଓଡିଶା ରାଜ୍ୟ ମାନବାଧିକାର ମିଶନର କାର୍ଯ୍ୟକାରୀ ବୈଠକ ଭଦ୍ରକରେ ଅନୁଷ୍ଠିତ ହୋଇଯାଇଛି । ମିଶନର ସଭାପତି ଦିଲୀପ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଗଠନକୁ ସୁଦୃଢ କରିବା ଓ ମାନବାଧିକାର ସଂପର୍କିତ ସମସ୍ୟା ରାଜ୍ୟ ସରକାରଙ୍କ ପାଖେ ଉପସ୍ଥାପନ କରାଯିବା ନେଇ ଆଲୋଚନା ହୋଇଥିଲା । ପରେ ମନୋନୀତ କର୍ମକର୍ତାଙ୍କ ତାଲିକା ଘୋଷଣା ହୋଇଥିଲା । ଆଇନଜୀବୀ ମନୋଜ କୁମାର ରାୟ ରାଜ୍ୟ ଉପସଭାପତି, ନିରୋଦ କୁମାର ଆଇଚ ଜିଲା ଉପସଭାପତି, ସନ୍ତୋଷ କୁମାର ନାୟକ ସଭ୍ୟ, ରାଜୀବ ଲୋଚନ ରାୟ ବନ୍ତ ବ୍ଲକ ସଭାପତି, ଅକ୍ଷୟ କୁମାର ମହାପାତ୍ର ଜିଲା ଉପସଭାପତି, ସଭ୍ୟ ଭାବେ ଶିବାନନ୍ଦ ଦାସ ଅଧିକାରୀ, ମୂରଲୀ ଓଝାଙ୍କ ନାମ ଘୋଷଣା କରାଯାଇଥିଲା । ବୈଠକରେ ରାଜ୍ୟ ଉପସଭାପତି ଇନ୍ଦ୍ରଜିତ ସାହୁ, ଜିଲା ସଭାପତି ଜୟନ୍ତ ସେନାପତିଙ୍କ, ଦେବରାଜ ପାତ୍ର, ଉମେଶ ସ୍ୱାଇଁ, ପ୍ରମୋଦ ଦାଶ, ଅଶୋକ ପରିଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.