Home ଜିଲ୍ଲା ପରିକ୍ରମା ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ

102

ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଧାମନଗର ବ୍ଲକ ହସନାବାଦ ପଞ୍ଚାୟତ ପଙ୍ଗଟା ଘାଟକୂଳସ୍ଥିତ ମା ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଭାରତୀୟ ରେଡକ୍ରସ ଭୁବନେଶ୍ୱର ଆନୁକୂଲ୍ୟରେ ଏବଂ ଧୁଷୁରୀସ୍ଥିତ ସମ୍ଭବ ସାହିତ୍ୟ ଅନ୍ୟନ୍ୟ ଅନୁଷ୍ଠାନର ତତ୍ତ୍ୱାବଧାନରେ ବନ୍ୟା ବିପନ୍ନଙ୍କୁ ରିଲିଫ ବଣ୍ଟନ କରାଯାଇଛି । ଧୁଷୁରୀ ଜୋନାର ୮ଟି ପଞ୍ଚାୟତ ବନ୍ୟା ବିପନ୍ନଙ୍କୁ କମ୍ବଳ, ମଶାରୀ, ଧୋତି, ଟାୱାଲ ଓ ପଲିଥିନ ଆଦି ବଣ୍ଟନ କରାଯାଇଛି । ଏହାକୁ ରେଡକ୍ରସର ହେମନ୍ତ ସୂତାର, ଅଜୟ ପଣ୍ଡା, ସମାଜସେବୀ ଶ୍ରୀକାନ୍ତ ପାଟଯୋଶୀ ଓ ଯୁବନେତା ସୂର୍ଯ୍ୟବଂଶୀ ସୁରଜ, ବିଜେପି ଜିଲା ଉପସଭାପତି ଚତ୍ରୁଭୁଜ ନାୟକ, ଜିଲା ପରିଷଦ ସଭ୍ୟ ମନୋଜ ମଲ୍ଲିକ ଓ ଉମାମଣି ସାହୁ, ସରପଞ୍ଚ ମନୋଜ ରାୟମହାପାତ୍ର ଓ ଅନିରୁଦ୍ଧ ସାହୁ ପ୍ରମୁଖ ଯୋଗଦେଇ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମକୁ ନିମାଇଁ ନାୟକ, ରମେଶ ସାହୁ, ରାମଚନ୍ଦ୍ର ମିଶ୍ର, ନିଶିକାନ୍ତ ନାୟକ, ଅନ୍ତର୍ଯ୍ୟାମୀ ପତି, ଭାଗିରଥୀ ମହାନ୍ତି, ଦିଗାମ୍ଭର ମଲିକ, ବାଦଲ ବିଶ୍ୱାଳ, ଶ୍ରୀମାଞ୍ଚଳ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.