Home ଜିଲ୍ଲା ପରିକ୍ରମା ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ମହାବୀର ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

432

ରାଉରକେଲା ୩୧-୫ (ଓଡ଼ିଆ ପୁଅ/ସୁବୋଧ ନାୟକ) ସେକ୍ଟର-୫ କବି ସମ୍ରାଟପଲ୍ଲୀ ଠାରେ ଶ୍ରୀ ଶ୍ରୀ ମହାବୀର ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲୁରହିବ। ଆଜି ଏହାର ପ୍ରତମ ଦିବସରେ ଏକ ଭବ୍ୟ କଳସଯାତ୍ରା ସେକ୍ଟର-୩ ତାରିଣୀ ମନ୍ଦିରରୁ ବାହାରି କବିସମ୍ରାଟପଲ୍ଲୀ କେଦାରଗୌରୀ ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲା। ଉକ୍ତ ଶୋଭାଯାତ୍ରାରେ ସ୍ଥାନୀୟ ଅଂଚଳର ଏକରଙ୍ଗ ପରିହିତା ଶତାଧିକ ମହିଳା ଯୋଗ ଦେଇଥିଲେ। ପ୍ରଥମ ଦିନରେ ଅଙ୍କୁରାରୋପଣ, ,  ଜଳଯାତ୍ରା, କଳସ ସ୍ଥାପନ, ଅଗ୍ନିସ୍ଥାପନ ଓ ଯଜ୍ଞାରମ୍ଭ, ୨୯ ତାରିଖରେ ସୂର୍ଯ୍ୟପୂଜା, ଧନୁପୂଜା, ହନୁମତ ଷୋଡଶ, ଶ୍ରୀ ରାମ ଷୋଡ଼ଶ, ଓ ୩୦ ତାରିଖରେ ପ୍ରାଣପ୍ରତିଷ୍ଠା, ୩୧ରେ ହନୁମାନ ଆହୁତି, ଧ୍ୱଜକଳସ ସ୍ଥାପନ ଓ ସଂଧ୍ୟାରେ ସାମୁହିକ ପ୍ରସାଦସେବନର କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସଭାପତି ସୂର୍ଯ୍ୟପ୍ରତାପ ପଟ୍ଟନାୟକ ଓ ସମ୍ପାଦକ ଅମର ସାହୁ କହିଛନ୍ତି। ପୂଜକ ଭାବେ ପଣ୍ଡିତ ବିନୟ ମିଶ୍ର, ଦୀନବନ୍ଧୁ ମହାପାତ୍ର ପ୍ରଶାନ୍ତ ବ୍ରହ୍ମା ବିଧିବିଧାନ ସମ୍ପନ୍ନ କରୁଛନ୍ତି। ରଂଜିତ ସୁନା ସମେତ ସ୍ଥାନୀୟ ଯୁବକ ସଂଘ ଏହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.