Home କନ୍ଧମାଳ ମୋଟରସାଇକେଲ ଦୁର୍ଘଟଣା: ଚାଳକ ମୃତ

ମୋଟରସାଇକେଲ ଦୁର୍ଘଟଣା: ଚାଳକ ମୃତ

443

ବାଲିଗୁଡା ୩୦-୫ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) – କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମେଲସିକିଆ ପୋଲ ନିକଟରେ ମୋଟରସାଇକେଲ ଦୁର୍ଘଟଣା ଘଟି ଚାଳକର ମୃତ୍ୟୁ ହୋଇଛି। ମୃତକ ମେଲସିକିଆ ଗ୍ରାମର କ୍ଷେତ୍ରମଣି ଦିଗାଳ ବୋଲି ଜଣାପଡିଛି। ସୂଚନା ପ୍ରକାରେ କ୍ଷେତ୍ରମଣି ମୋଟରସାଇକେଲରେ ବାଲିଗୁଡାରୁ ମେଲସିକିଆ ଯିବା ସମୟରେ ମୁସୁକୁଲି ଗାଁ ପୋଲ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ନିକଟସ୍ଥ ଲୋକଙ୍କ ପାଖରୁ ଖବରପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି କ୍ଷେତ୍ରମଣିକୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ କ୍ଷେତ୍ରମଣିକୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.