Home ଜିଲ୍ଲା ପରିକ୍ରମା ମହାଦୁଃର୍ନିତୀ : ଇରମ ସେବା ସମବାୟ ସମିତିର କୋଟିଏରୁ ଉର୍ଦ୍ଧ ଟଙ୍କା ହେରଫେର, ଅଡିଟରେ ଧରାପଡିଛି...

ମହାଦୁଃର୍ନିତୀ : ଇରମ ସେବା ସମବାୟ ସମିତିର କୋଟିଏରୁ ଉର୍ଦ୍ଧ ଟଙ୍କା ହେରଫେର, ଅଡିଟରେ ଧରାପଡିଛି ମହା କେଳେଙ୍କାରୀ, କାର୍ଯ୍ୟାନୁଷ୍ଠାନ ଶୂନ

27

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସରକାର ଖର୍ଚ୍ଚ କୋରୁଛନ୍ତି କୋଟିକୋଟି ଟଙ୍କା । ହେଲେ ସୁଫଳ ପାଇପାରୁନି ଚାଷୀ । ଉନ୍ନତମାନର କୃଷି କ୍ଷେତ୍ର ଦେଖିବାକୁ ମିଳୁନଥିବା ବେଳେ ମାଲେମାଲ ହେଉଛନ୍ତି ସମବାୟ ସମିତିର କେତେକ ମୁନାଫାଖୋର ଦୁଃର୍ନିତୀଗ୍ରସ୍ଥ ଅଧିକାରୀ । ଯାହା ଯଥା ପୁର୍ବଂ ତଥା ପର ଭାବରେ ଚାଲିଆସୁଥିବା ବେଳେ ହୀତାଧିକାରୀ ସାଜୁଛନ୍ତି ଭକୁଆ । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକ ଓ ପୈାରାଞ୍ଚଳ ଅଧିନରେ ଥିବା ସେବା ସମବାୟ ସମିତି ଗୁଡିକ ଦୁଃର୍ନିତୀରେ ଉବୁଟୁବୁ ହେଉଥିବା ବେଳେ ଇରମ ସେବା ସମବାୟ ସମିତି ବିରୁଦ୍ଧରେ କୋଟିଏରୁ ଉର୍ଦ୍ଧ ଟଙ୍କାର ଅର୍ଥରାଶି ହେରଫେର ହୋଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ଅଭିଯୋଗ ଅନୁଯାଇ, ଇରମ ସେବା ସମବାୟ ସମିତିର ସଂପାଦକ ରଶ୍ମିରଂଜନ କବାଟ,ସଭାପତି ଓ ସହ ସଂପାଦକଙ୍କ ବିରୁଦ୍ଧରେ ଏକ କୋଟି ଟଙ୍କାରୁ ଉର୍ଦ୍ଧ ହଡପ କରାଯାଇଥିବା ନେଇ ତିନିଗୋଟି ରାଜସ୍ୱ ଗ୍ରାମ ଇରମ, ଅଢୁଆଁ, ନୂଆଗାଁର କେତେକ ଚାଷୀ ତଥା ସେବା ସମବାୟ ସମିତିର ସଭ୍ୟମାନେ ୨୦୧୬ ମସିହାରୁ ୨୦୧୮ ମସିହା ଅଡିଟ ରିପୋର୍ଟ ମାଧ୍ୟମରେ ପ୍ରକାଶ ପାଇଥିବା ତଥ୍ୟାନୁଯାଇ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଆରକ୍ଷୀ ଅଧିକ୍ଷକ ଓ ବାଲେଶ୍ୱର- ଭଦ୍ରକ ସେବା ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ନିକଟରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଗୋଟିଏ ପରିବାର ଏକାଧିକ ସଭ୍ୟ ଓ ସଭ୍ୟାମାନଙ୍କ ନାମରେ ଜାଲ ଋଣ କରାଯାଇ ସରକାରୀ ଅର୍ଥ ହଡପ କରାଯାଇଥିବା ସହିତ ଋଣ ଓ ଆଡଜଷ୍ଟମେଣ୍ଟ ନାମରେ ବ୍ଲାଙ୍କ ଡକ୍ୟୁମେଣ୍ଟରେ ଟଙ୍କା ଉଠାଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥି ସହିତ ସଭ୍ୟ ଓ ସଭ୍ୟାମାନଙ୍କୁ ଋଣ ପରିଶୋଧ ରସିଦ , ବୀମା କାଗଜପତ୍ର ଦିଆନଯାଇ ସେମାନଙ୍କ ଅଂଶଧନ , ଜମା ଓ ଋଣ ଦେଣନେଣ ବାବଦରେ ସେମାନଙ୍କୁ ନଜଣାଇ ଗୁପ୍ତ ରଖିବା ଆଦି ଅଭିଯୋଗ ରହିଛି ।

କେତେକ ହାତଗଣତି ଲୋକଙ୍କୁ ଟ୍ରାକ୍ଟର,କୁକୁଡା ଫାର୍ମ, ବ୍ୟବସାୟ ଋଣ ଇତ୍ୟାଦି କାଗଜ କଲମରେ ଦିଆଯାଇ ଲକ୍ଷାଧିକ ଟଙ୍କା ହଡପ କରାଯାଇ ସଂପାଦକ ଓ ସଭାପତି ମୋଟା ଅଙ୍କର ଅର୍ଥରାଶି ବେଆଇନ ଭାବରେ ଆଦାୟ କରିବାରେ ସକ୍ଷମ ହୋଇପାରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ବେଶ ଜୋର ଧରିଛି । ବାସ୍ତବ କ୍ଷେତ୍ରରେ କୁକୁଡା ଫାର୍ମ ହାଉସର କୈାଣସି ଚିହ୍ନବର୍ଣ୍ଣ ନଥିବା ବେଳେ ବହୁ ଫାର୍ମ ଓ ବଡ ଋଣ ର ଅବସ୍ଥିତି କେବଳ ଋଣ ଓ ଲେଜର ତଥା ଅନ୍ୟ କାଗଜପତ୍ରରେ ଦର୍ଶାଯାଇଛି ବୋଲି ଅଭିଯୋଗ ଫର୍ଦ୍ଧରେ ଦର୍ଶାଯାଇଛି । ସମିତିରେ ସିସିଟିଭି ଅଚଳ ଅବସ୍ଥା ସହିତ ଧାନ କିଣାବିକା ଅନଲାଇନରେ କେତେକ ନିର୍ଦ୍ଦିଷ୍ଟ ଦଲାଲଙ୍କ ନାମକୁ ଅର୍ନ୍ତଭୁକ୍ତ କରି ଧାନକିଣାବିକାର ବ୍ୟାପକ ଅର୍ଥରାଶି ହେରଫେର କରାଯାଇଥିବା ଅଭିଯୋଗ ହୋଇଆସୁଛି । ଏହିପରି ଜାଲ କାଗଜାତରେ ଋଣ ଦେଣ ପରି ମାଳମାଳ ଅଭିଯୋଗ ଉକ୍ତ ସେବା ସମବାୟ ସମିତି ସଂପାଦକ, ସହସଂପାଦକ ଓ ସଭାପତିଙ୍କ ନାମରେ ବିଭିନ୍ନ ଦପ୍ତରରେ ଅଭିଯୋଗ ପତ୍ର ବୁଲୁଥିବା ବେଳେ ଗତ ବର୍ଷ ଖୋଦ ସଂପାଦକ ରଶ୍ମିରଂଜନ କବାଟଙ୍କ ବିରୁଦ୍ଧରେ ବାଲେଶ୍ୱର ଭିଜିଲାନ୍ସ ବିଭାଗ ଅର୍ଥ ଅନୀୟମିତତାକୁ ନେଇ ଏକ ମାମଲା ଋଜୁ କରିଥିଲା । ଏକ୍ତ ମାମଲାରେ ସଂପାଦକ ଜାମିନରେ ଆସିଥିବା ବେଳେ ମାମଲା ଏବେ ବାଲେଶ୍ୱର ଭିଜିଲାନ୍ସ କୋର୍ଟରେ ବିଚାରାଧିନ ରହିଛି । ହେଲେ ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ଚିଠି ନଂ ୨୧୬୮/୨୦୧୮/୨୦ ଅନୁସାରେ ପୁଣି ଇରମ ସେବା ସମବାୟ ସମିତିର ସଂପାଦକ ଶ୍ରୀ କବାଟ ୩୦ଲକ୍ଷ୯୭ ହଜାର ୮୨୧ଟଙ୍କା ଅନୀୟମିତତା ହୋଇଥିବା ନେଇ ବାଲେଶ୍ୱର-ଭଦ୍ରକ ସମବାୟ ବ୍ୟାଙ୍କ ବାସୁଦେବପୁର ଶାଖାର ମ୍ୟାନେଜରଙ୍କୁ ରିପୋର୍ଟ ଦାଖଲ କରିଥିଲେହେଁ ଅଦ୍ୟାବଧି ଅଡିଟ ରିପୋର୍ଟ ଆଧାରରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ସାଧାରଣରେ ଦାବୀ ହୋଇଆସୁଛି । ଅଦ୍ୟାବଧି ଆସିଷ୍ଟାଣ୍ଡ ରେଜିଷ୍ଟର କୋ-ଅପରେଟିଭ ଭଦ୍ରକ ନୀରବଦ୍ରଷ୍ଟା ସାଜିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.