Home ଜିଲ୍ଲା ପରିକ୍ରମା ଅଜଣା ଗାଡ଼ି ଧକ୍କାରେ ଦିବ୍ୟାଙ୍ଗ ପାଳଟିଲେ ନିରାକର, ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ହଟହଟା

ଅଜଣା ଗାଡ଼ି ଧକ୍କାରେ ଦିବ୍ୟାଙ୍ଗ ପାଳଟିଲେ ନିରାକର, ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ହଟହଟା

22

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫ମାସ ପୂର୍ବେ ନଳାଙ୍ଗ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଭିନ୍ନକ୍ଷମ ପଲଟିଗଲେ ନିରାକାର । ଏହି ଦୁର୍ଘଟଣାରେ ତାଙ୍କ ବାମ ପାଶ୍ୱ ଅଣ୍ଟା ତଳକୁ ଗୋଡ଼ ଭାଙ୍ଗିଯାଇଥିଲା । ବାମ ଆଖି ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ପରିବାର ପ୍ରତିପୋଷଣ କରୁଥବବା ନିରାକାର ଏବେ ନିଜ ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି । ଏବେ ଖଣ୍ଡେ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ସେ ବହୁ କଷ୍ଟରେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । କିନ୍ତୁ ତାଙ୍କୁ ସେପରି ବିଭାଗୀୟ ସହଯୋଗ ମିଳୁନଥିବା କହିଛନ୍ତି ନିରାକାର । ଏହି ପ୍ରମାଣପତ୍ର ପାିବା ପାଇଁ ସରକାରୀ ଡାକ୍ତରଖାନାର ଏକ ଏକ୍ସ-ରେ ଆବଶ୍ୟକ ପଡ଼ୁଥିବାରୁ ନିରାକାର ନିଜ ଭାଇଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ଯେପରି ବିଭାଗୀୟ ସହଯୋଗ ମିଳିବା କଥା ସେତକ ମିଳୁନି ବୋଲି କହିଛନ୍ତି ନିରାକାର । ତଥ୍ୟ ଅନୁଯାୟୀ ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ଗ୍ରାମର ୰ ଅଇଂଠି ବାରିକଙ୍କ ପୁତ୍ର ନିରାକାର । ସହରର ବନ୍ତ ଛକରେ ଏକ କ୍ୟାବିନରେ ସେଲୁନ କରି ପରିବାର ପୋଷୁଥିଲେ । କିନ୍ତୁ ଭଦ୍ରକ ବନ୍ତ ରାସ୍ତାର ପ୍ରଶସ୍ତିକରଣ ସମୟରେ ତାଙ୍କ କ୍ୟାବିନ ଉଛେଦ କରି ଦିଆଗଲା । ପୁଣି ନିରାକାର ଆଉ ଏକ ସ୍ଥାନରେ କ୍ୟାବିନ ପକାଇ ସେଲୁନ ବ୍ୟବସାୟ କରୁôତଲେ । ନିଜର ସ୍ୱଳ୍ପ ଆୟରେ ଚଳୁଥିଲା ପରିବାର । କିନ୍ତୁ କରୋନା ମହାମାରୀ ପାଇଁ ଲକ୍‌ଡାଉନ ଜାରୀ ପରେ ସହର ଠପ ହୋଇଗଲା । ତେଣୁ ସେଲୁନ ବନ୍ଦ ଥିବାରୁ ଘରେ ଯାଇ ରହିଲେ । କୌଣସି କାମରେ ସେ ନଳାଙ୍ଗ ଆସିଥିବା ସମୟରେ ଏକ ଅଜଣା ଅଟୋ ତାଙ୍କୁ ପଛରୁ ଧକ୍କା ଦେଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭଦ୍ରକ ଓ ପରେ କଟକ ବଡଡ଼ାକ୍ତରଖାନା ସ୍ଥାନାନ୍ତର କରାଗଲା । ସମସ୍ତ ପ୍ରକାର ଚିକିତ୍ସା ସତ୍ତ୍ୱେ ତାଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ଅଚଳ ହୋଇଗଲା । ଡାକ୍ତରଙ୍କ ଅସ୍ତ୍ରୋପଚାର ସତ୍ତ୍ୱେ ସେ ଭଲ ହୋଇ ପାରିଲେନି । ଫଳରେ ତାଙ୍କୁ ଏକ ଅଶାବାଡ଼ି ଧରି ଚାଲିବାକୁ ପଡ଼ିଲା । ସେହିପରି ତାଙ୍କ ବାମ ଆଖି କ୍ଷତିଗ୍ରସ୍ତ ହୋଇଥିଲା । କିନ୍ତୁ ଭଦ୍ରକ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଦୁଇଦୁଇ ଥର ଅସ୍ତ୍ରୋପଚାର କରିଥିଲେ ମଧ୍ୟ ଆଖି ଠିକ ହୋଇ ପାରିଲାନି । ଇତିମଧ୍ୟରେ ଗୋଟିଏ ଭିନ୍ନକ୍ଷମ ପ୍ରମାଣପତ୍ର ପାଇଁ ନିରାକର ଅନଲାଇନରେ କରିବା ପରେ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟରେ ପହଞ୍ଚିଥିଲେ ଭିନ୍ନକ୍ଷମ ବୋର୍ଡ଼ ବୈଠକର ସମ୍ମୁଖୀନ ହେବାକୁ । ତାଙ୍କୁ କୁହାଯାଇଥିଲା ସରକାରୀ ମେଡିକାଲରୁ ଏକ ବର୍ତ୍ତମାନ ସମୟର ଏକ୍ସ-ରେ କରିବା ପାଇଁ । କିନ୍ତୁ ସେତକ କରିବାକୁ ୩ଥର ଦୌଡ଼ିଲେଣି ଜିଲ୍ଲା ଚିକିତ୍ସାଳୟ । କିନ୍ତୁ ସେତକ କରିବାକୁ ତାଙ୍କୁ ଆବ୍ୟାକ ସହଯୋଗ ମିଳୁନି । ଏପରି ସ୍ଥିତିରେ କିପରି ଏକ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିବ ତାହାକୁ ନେଇ ଚିନ୍ତାରେ ଅଛନ୍ତି ନିରାକାର ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.