Home ଜିଲ୍ଲା ପରିକ୍ରମା ଭୁବନେଶ୍ୱରର କ୍ଷେତ୍ର ପରିଦର୍ଶନରେ ଦ୍ୱିତୀୟ ପର୍ଯ୍ୟାୟରେ ଗଲେ ମାଲକାନଗିରି ଜିଲ୍ଲାର ୩୦୦ଜଣ ଜନଜାତି ପ୍ରତିନିଧି

ଭୁବନେଶ୍ୱରର କ୍ଷେତ୍ର ପରିଦର୍ଶନରେ ଦ୍ୱିତୀୟ ପର୍ଯ୍ୟାୟରେ ଗଲେ ମାଲକାନଗିରି ଜିଲ୍ଲାର ୩୦୦ଜଣ ଜନଜାତି ପ୍ରତିନିଧି

310

ମାଲକାନଗିରି, ୨୭ା୧୨ (ଓଡିଆ ପୁଅ ) ସ୍ୱତନ୍ତ୍ର ଆଦିବାସୀ ବିକାଶପରିଷଦ ପକ୍ଷରୁ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ସାତଟି ଯାକ ବ୍ଲକରୁ ଦ୍ବିତୀୟ ପର୍ଯ୍ୟାରେ ୩୦୦ଜଣ ଜନଜାତି ପ୍ରତିନିଧିଙ୍କୁ ଭୁବନେଶ୍ୱର, ପୁରୀ ର ବିଭିନ୍ନ ପର୍ଯ୍ୟଟନ ସ୍ଥଳି ଓ କ୍ଷେତ୍ରପରିଦର୍ଶନ ପାଇଁ ପଠା ଯାଇଛି, ପ୍ରଥମ ପର୍ଯ୍ୟାୟରେ ଗତ ୨୨ତାରିଖ ଦିନ ୨୫୮ଜଣ କ୍ଷେତ୍ର ପରିଦର୍ଶନ କରିବାକୁ ଯାଇଥିଲେ। ସେମାନେ ଫେରିବା ପରେ ଆଜି ଅପରାହ୍ନରେ ଦ୍ୱିତାୟ ପର୍ଯ୍ୟାୟରେ ୭ଟି ବ୍ଲକରୁ ୩୦୦ଜଣ ଜନଜାତି ପ୍ରତିନିଧିଙ୍କୁ ୭ଟି ସ୍ୱତନ୍ତ୍ର ବସରେ ପଠାଯାଇଛି। ଜିଲ୍ଲାସମ୍ବନୀତ ଆଦିବାସୀ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ସମନ୍ୱୀତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ରାମକ୍ରୀଷ୍ଣାଗଣ୍ଡ ଓ ଅନ୍ୟାନ ଅଧିକାରୀ ମାନେ ବସକୁ ସବୁଜପତକା ଦେଖାଇ ଯାତ୍ରାର ସୁଭାରମ୍ଭ କରିବାପରେ ଏହି ବସ ଗୁଡିକ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି। ଏମାନଙ୍କ ମଧ୍ୟରେ ମୁଖ୍ୟତ ଆଦିବାସୀ ଗ୍ରାମ ମୁଖିଆ, ପେଦା, ନାୟକ, ଚାଲାଣ, ଦିଶାରି, ଲୋକପ୍ରତିନିଧି ମାନେ ଅଛନ୍ତି। ବିଭିନ୍ନ ଗ୍ରାମାଚଂଳରୁ କ୍ଷେତ୍ରପରିଦର୍ଶନ ରେ ଯାଉଥିବା ଲୋକମାନଙ୍କ ସହ ମାଲକାନଗିରି ଜିଲ୍ଲାର ୧୪ଜଣ ସରକାରି ଅଧିକାରୀ ଭୁବନେଶ୍ୱର ଅଭି ମୁଖେ ସେମାନଙ୍କ ସହିତ ଯାଇଛନ୍ତି। ପ୍ରତି ବ୍ଲକକୁ ସ୍ୱତନ୍ତ୍ର ବସ ଗୋଟିଏ ଲେଖାଏ ଯୋଗାଇ ଦିଆଯାଇଛି, ରାଜ୍ୟସରକାରଙ୍କ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳର ଜନଜାତିଙ୍କୁ ରାଜ୍ୟର ବିଭିନ୍ନସ୍ଥାନ କୁ କ୍ଷେତ୍ରପରିଦର୍ଶନ ରେ ପଠାଇବା କାର୍ଯ୍ୟକ୍ରମକୁ ଜିଲ୍ଲାବାସୀ ସ୍ବାଗତ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.