Home ଓଡ଼ିଶା ଟ୍ରକ୍ -କାର ଦୁର୍ଘଟଣାରେ ଡ୍ରାଇଭର ମୃତ

ଟ୍ରକ୍ -କାର ଦୁର୍ଘଟଣାରେ ଡ୍ରାଇଭର ମୃତ

344

କୋଲାବିରା, ୨୭।୧୨(ଓଡ଼ିଆ ପୁଅ/ନିଶିତ୍ ବହିଦାର) କୋଲାବିରା ଥାନା ଅନ୍ତର୍ଗତ ମାଲିଡିଗି ଗ୍ରାମ ନିକଟସ୍ଥ ଏନଏଚ ୪୯ ବାଘମରା କଲେଜ ସମାନାରେ ଗୁରିବାର ଦିନ ଗୋଟାଏ ବେଳେ ଟ୍ରକ୍ ଏବଂ କାର ମଧ୍ୟରେ ହୋଇ ଥିବା ମୁହାଁମୁହିଁ ଧକ୍କାରେ କାରର ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। କେନ୍ଦୁଝର ପଟୁ ଓଡି୧୪ଏଲ ୬୧୫୫ ନମ୍ବର ବିଶିଷ୍ଟ ଲୁହାପଥର ବୋଝେଇ ଏକ ଟ୍ରକ୍ ଝାରସୁଗୁଡା ଅଭିମୁଖେ ଆସୁଥିବା ସମୟରେ ବାଘମରା କଲେଜ ସାମନାରେ ଦିନ ୧ଟା ସମୟରେ ବିପରିତ ଦିଗରୁ ଆସୁଥିବା ଏକ ଓଡି ୧୫ ୩୬୧୧ ନମ୍ବର ଅଲଟୋ କାରକୁ ସାମନାପଟୁ ଧକ୍କାଦେଇଥିଲା ଫଳରେ କାରଟି ଟ୍ରକତଲେ ଚାପି ହୋଇ ସାମନା ଭାଗ ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା ଏବଂ କାରର ଡ୍ରାଇଭର କାର ଭିତରେ ଚାପି ହୋଇ ମୃତ୍ୟୁ ବରଣ କରିଥିଲା। ଖବର ପାଇ କୋଲାବିରା ପୁଲିସ ଏବଂ ଦମକଳ ବାହିନି ଘଟଣାସ୍ଥଳକୁ ପହଂଚି ଟ୍ରକ ତଲେ ଚାପିହୋଇ ରହିଯାଇଥିବା କାରକୁ ମେସିନ ସାଗାର୍ଯ୍ୟରେ ଟାଣି ବାହାର କରିବା ସହ ଗ୍ୟାସ କଟର ସାହାର୍ଯ୍ୟରେ କାରର ସମ୍ମୁଖ ଭାଗକୁ କାଟି ଡ୍ରାଇଭରକୁ ବାହାର କରାଯାଇଥିଲା ମାତ୍ର ଘଟଣାସ୍ଥଳରେ ହିଁ ଡ୍ରାଇଭରର ମୃତ୍ୟୁ ହୋଇଥିଲା। ଟ୍ରକର ଡ୍ରାଇଭର ଦୁର୍ଘଟଣାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ମୃତ ଡ୍ରାଇଭରର ଝାରସୁଗୁଡା ଥାନା ଅନ୍ତର୍ଗତ ବୁରୋମାଲ ଗ୍ରାମର ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.