Home ଜିଲ୍ଲା ପରିକ୍ରମା ଭଦ୍ରକ କଲେଜ ଛାତ୍ରୀଙ୍କୁ ଦୁଇ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗ, ପୁଲିସ୍ ସୁରକ୍ଷା ମଧ୍ୟରେ କଲେଜରେ...

ଭଦ୍ରକ କଲେଜ ଛାତ୍ରୀଙ୍କୁ ଦୁଇ ଅଧ୍ୟାପକଙ୍କ ପ୍ରେମ ନିବେଦନ ପ୍ରସଙ୍ଗ, ପୁଲିସ୍ ସୁରକ୍ଷା ମଧ୍ୟରେ କଲେଜରେ ପହଞ୍ôଚଲେ ଛାତ୍ରୀ, ତଦନ୍ତ କାଳରେ ଦୁଇ ଅଧ୍ୟାପକଙ୍କ ଦୋଷ ସ୍ୱୀକାର

83

ଭଦ୍ରକ, ୨୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଲେଜରେ ଜନୈକା ଛାତ୍ରୀଙ୍କୁ ଦୁଇଜଣ ଅଧ୍ୟାପକ ପ୍ରେମ ନିବେଦନ (ସେକ୍‌ସୁଆଲ ହାରାସମେଣ୍ଟ) କରିଥିବା ପ୍ରସଙ୍ଗର ଆଜି ପୂର୍ଣ୍ଣଚ୍ଛେଦ ପଡିଛି । ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଦାୟିତ୍ୱ ନେଇଥିବା ସେକ୍‌ସୁଆଲ ହାରାସମେଣ୍ଟ ସେଲ୍‌ରେ ସଂପୃକ୍ତ ଛାତ୍ରୀ ପୁଲିସ୍ ସୁରକ୍ଷା ମଧ୍ୟରେ ଉଚିତ୍ ସମୟରେ ପହଞ୍ôଚବା ପରେ ସନ୍ଧ୍ୟା ପର୍ଯ୍ୟନ୍ତ ତଦନ୍ତ ଚାଲିଥିଲା । ଶେଷରେ ଇଂରାଜୀ ବିଭାଗର ମୁଖ୍ୟ ଓ ସହକାରୀ ଅଧ୍ୟାପକ ଦୁଇଜଣ କମିଟି ନିକଟରେ ନିଜର ଦୋଷ ସ୍ୱୀକାର ପୂର୍ବକ ଅଧ୍ୟକ୍ଷଙ୍କୁ ଭବିଷ୍ୟତରେ ଏଭଳି କାର୍ଯ୍ୟ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବାପରେ ଘଟଣାର ସମାଧାନ ହୋଇଛି । ଏଠାରେ ସୂଚନାଯୋଗ୍ୟ ଏହି କଲେଜର ଇଂରାଜୀ ବିଭାଗର ମୁଖ୍ୟଙ୍କ ସମେତ ଅନ୍ୟ ଜଣେ ଅଧ୍ୟାପକ ସଂପୃକ୍ତ ଛାତ୍ରୀଙ୍କୁ ପ୍ରେମ ନିବେଦନ ଜନିତ ସେକ୍‌ସୁଆଲ ହାରାସମେଣ୍ଟ କରିଥିବା ନେଇ ଅଧ୍ୟକ୍ଷ ଉମାକାନ୍ତ ସାମଲଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାକୁ ନେଇ ଅଧ୍ୟକ୍ଷ କଲେଜର ୪ ଜଣ ଅଧ୍ୟାପିକାଙ୍କୁ ହାରାସମେଣ୍ଟ ସେଲ ମାଧ୍ୟମରେ ଘଟଣାର ତଦନ୍ତ କରିବା ପାଇଁ ଦାୟିତ୍ୱ ଅର୍ପଣ କରିଥିଲେ । ଏବଂ ଗତ ୧୮ ତାରିଖ ସୁଦ୍ଧା ଘଟଣାର ସତ୍ୟାସତ୍ୟ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା । ଏବଂ ସଂପୃକ୍ତ ଛାତ୍ରୀ ୨୦ ତାରିଖ ଦିନ ଉକ୍ତ ସେଲ୍‌ରେ ପହଞ୍ôଚବାକୁ ଅଧ୍ୟକ୍ଷ ଯେଉଁ ଦୁଇଜଣ ପୁରୁଷ କର୍ମଚାରୀଙ୍କୁ ଏକ ପତ୍ର ଲେଖି ଛାତ୍ରୀଙ୍କ ନିକଟକୁ ତାଙ୍କ ଗ୍ରାମକୁ ପଠାଇଥିଲେ, ତାହା ଭିନ୍ନମୋଡ ନେଇଥିଲା । କାରଣ ସଂପୃକ୍ତ ଦୁଇଜଣ କର୍ମଚାରୀ ଛାତ୍ରୀଙ୍କୁ ପତ୍ରଦେବା କାଳରେ ଘଟଣାର ଆପୋଷ ସମାଧାନ କରିବା ପାଇଁ ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ ।

ଯେଉଁଥିପାଇଁ ଛାତ୍ରୀ ଜଣକ ଭୟଭୀତ ହୋଇ ପୁଲିସ୍‌ର ସହାୟତା ନପାଇଲେ ଉକ୍ତ ହାରାସମେଣ୍ଟ ସେଲ୍‌ରେ ଉପସ୍ଥିତି ହେବେନାହିଁ ବୋଲି ଅଧ୍ୟକ୍ଷଙ୍କୁ ଏକ ସ୍ୱତନ୍ତ୍ର ପତ୍ର ମାଧ୍ୟମରେ ଜଣାଇଥିଲେ । ଏଥିରୁ ଅଧ୍ୟକ୍ଷ ଦୁଇ ଅଭିଯୁକ୍ତ ଅଧ୍ୟାପକଙ୍କୁ ସୁରକ୍ଷା ଦେବାଭଳି ଆଶଙ୍କା ଦେଖାଦେଇଥିଲା । ଏହ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏବଂ ବୁଦ୍ଧିଜୀବୀ ମହଲରେ ଏଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଗାରିମା କ୍ଷୁର୍ଣ୍ଣ ହେଉଥିବା ନେଇ ଚର୍ଚ୍ଚା ହେବାରୁ ବାଧ୍ୟହୋଇ ଅଧ୍ୟକ୍ଷ ଶ୍ରୀ ସାମଲ ଛାତ୍ରୀଙ୍କ ପତ୍ର ମୂଳେ ତାଙ୍କୁ ସୁରକ୍ଷା ବଳରେ ହାରାସମେଣ୍ଟ ସେଲ୍‌ରେ ପହଞ୍ôଚବାକୁ ଏସ୍‌ପିଙ୍କୁ ଏକ ପତ୍ର ଲେଖଥିଲେ । ଯାହାଫଳରେ ଏସ୍‌ପିଙ୍କ ଅଫିସ୍‌ରୁ ଭଦ୍ରକ ଗ୍ରାମାଞ୍ଚଳ ଥାନାଧିକାରୀ, ଭଦ୍ରକ ସହରାଞ୍ଚଳ ଥାନାଧିକାରୀ ଓ ଭଦ୍ରକ ଏସ୍‌ଡିପିଓଙ୍କୁ ପତ୍ର ନଂ ୮୬୪/ଆଇବି, ୨୩.୦୨.୨୧ ତାରିଖ ମୂଳେ ଜଣେ ପୁରୁଷ ହାବିଲଦାର ଓ ଜଣେ ମହିଳା କନେଷ୍ଟବଳଙ୍କ ହେପାଜତରେ ହାରାସମେଣ୍ଟ ସେଲ୍‌ରେ ପହଞ୍ଚାଇବାର ନିର୍ଦ୍ଦେଶ ହୋଇଥିଲା । ଆଜି ଏସ୍‌ପିଙ୍କ ଉକ୍ତ ପତ୍ର ମୂଳେ ଆଜି ମୋଟର ସାଇକେଲ୍ ଯୋଗେ ସଂପୃକ୍ତ ଦୁଇ ପୁଲିସ୍ କର୍ମଚାରୀଙ୍କ ସୁରକ୍ଷା ବଳୟ ମଧ୍ୟରେ ଛାତ୍ରୀ ଜଣକ ଏକ କାର୍ ଯୋଗେ ହାରାସମେଣ୍ଟ ସେଲ୍‌ରେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ôଚଥିଲେ ମଧ୍ୟ ସନ୍ଧ୍ୟା ୭ଟା ସୁଦ୍ଧା ଘଟଣାର ସମାଧାନ ହୋଇନଥିଲା । ପରବର୍ତ୍ତୀ ସମୟରେ ଦୁଇ ଅଧ୍ୟାପକଙ୍କ ଦୋଷ ସ୍ୱୀକାର ପରେ ଘଟଣାର ପୂର୍ଣ୍ଣଚ୍ଛେଦ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.