Home ଜିଲ୍ଲା ପରିକ୍ରମା ପୋଷ୍ଟଅଫିସ ରେ ଗ୍ରାହକଙ୍କ ଜମା ଖାତାରୁ କୋଟିଏ ଟଙ୍କା ହଡପ ଘଟଣାର ତଦନ୍ତ ଆରମ୍ଭ

ପୋଷ୍ଟଅଫିସ ରେ ଗ୍ରାହକଙ୍କ ଜମା ଖାତାରୁ କୋଟିଏ ଟଙ୍କା ହଡପ ଘଟଣାର ତଦନ୍ତ ଆରମ୍ଭ

33

ମାଲକାନଗିରି,୨୪ା୨( ଓଡିଆ ପୁଅ ) ଗାଁ ଗହଳରେ ବ୍ୟାଙ୍କ ନଥିବାରୁ ଗ୍ରାମବାସୀ ମାନେ କେନ୍ଦ୍ରସରକାରଙ୍କ ସଂସ୍ଥା ଡାକଘରଉପରେ ନିର୍ଭର କରି ସେମାନଙ୍କ କଷ୍ଠଉପାର୍ଜିତ ଟଙ୍କାକୁ ସୁରକ୍ଷିତ ରଖିବା ପାଇଁ ସେଠାରେ ଜମା ଖାତା ଖୋଲି ଟଙ୍କା ଜମାକରିଥାନ୍ତି । ଗ୍ରାମବାସୀଙ୍କ କଷ୍ଟଉପାର୍ଜିତ ଟଙ୍କା ହଡପ କରି ବେଜାଙ୍ଗଓ୍ୟର୍ଡା ଶାଖା ଡାକଘର ପୋଷ୍ଟମାଷ୍ଟ୍ର ଫେରାର ହୋଇ ଯିବା ଘଟଣା ସମଗ୍ର ମାଲକାନଗରି ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଏପରି ଚାଚଂଲ୍ୟକର ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ବେଜାଙ୍ଗଓ୍ୟାର୍ଡା ପଚାଂୟତରେ ଥିବା ଗ୍ରାମାଚଂଳ ଶାଖା ଡାକଘରେ । ସେହି ଡାକଘରେ ବେଜାଙ୍ଗାଓ୍ୟାର୍ଡା ,ଚିନ୍ତଲଓ୍ୟାର୍ଡା ଦୁଇଟି ପଚାଂୟତର ପ୍ରାୟ୨ହଜାରରୁ ଉର୍ଧ ଏକାଉଟଂରୁ ପ୍ରାୟ ଏକ କୋଟିରୁ ଉର୍ଦ୍ଦଟଙ୍କା ସେହି ଶାଖା ଡାକଘରର ପୋଷ୍ଟମାଷ୍ଟ୍ର ମନ ପୂଜାରୀ ହଡପ କରି ଫେରାର ହୋଇଯାଇ ଥିବାର ଅଭିଯୋଗ ଗ୍ରାମବାସୀ ମାନେକରିଛନ୍ତି ।ବେଜାଙ୍ଗଓ୍ୟର୍ଡା ଗ୍ରାମର ରାଜ ବାବୁ ନାମକ ବ୍ୟକ୍ତି ତାଙ୍କ ଜମାଖାତାରେ ୧ଲ କ୍ଷ୭୭ହଜାର ଟଙ୍କା ଜମା କରିବା ପାଇଁ ମନ ପୂଜାରୀ ଙ୍କୁ ଦେଇଥିଲେ ,ପରେ ସେ ଜଣିବାକୁ ପାଇଥିଲେ ତାଙ୍କ ଖାତାରେ ସେହି ଟଙ୍କା ଜମା ହୋଇନାହିଁ । ତାପରେ ଅନ୍ୟାନ ଜମା କାରୀ ମାନେ ସେମାନଙ୍କ ଜମା ଖାତା ନେଇ କାଲିମେଳା ଶାଖା ଡାକଘରେ ଚେକ କରିବାରୁ ସେମାନଙ୍କ ଟଙ୍କା ଖାତାରେ ଜମା ହୋଇନଥିବାର ଜଣାପଡିଥିଲା ।ମଙ୍ଗଳବାର ଦାନ କାଲିମେଳା ଶାଖା ଡାକଘରେ ହଜାର ହଜାର ସଂଖ୍ୟାରେ ଜମାକାରି ମହିଳା ଓ ପୁରଷ ମାନେ ପହଁଚି ସେମାନଙ୍କ ଟଙ୍କା କେଉଁଆଡେ ଗଲା ବୋଲି ପଚାରିଥିଲେ , ଏହାର ବିଧିବଧ ଭାବେ ତଦନ୍ତ ହେଲାପରେ ଜଣାପଡିବ ବୋଲି କହି କାଲିମେଳା ଡାକବିଭାଗ ଅଧିକାରୀ ମାନେ ଗ୍ରାମବାସୀ ମାନଙ୍କୁ ଫେରାଇଦେଇଥିବା ବେଳେ ଏହି ଘଟଣାର ଭିଜିଲାନ୍ସ ତଦନ୍ତକରିବାପାଇଁ ଜମାକାରି ମାନେ ଦାବିକରିଛନ୍ତି । ଏ ସଂପର୍କରେ ଆମେ ମାଲକାନଗିରି ଜିଲ୍ଲା ଡାକବିଭାଗ ଇନିସପେକ୍ଟର ପି.ଦିନେଶ ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରୀୟାରେ କହିଥିଲେ ଜମାଖାତାରୁ ଟଙ୍କା ହଡପ ହେବା ଘଟଣାର ବିଧିବଦ୍ଧ ଭାବେ ତଦନ୍ତ କରାଯିବ, ସେଥି ନିମନ୍ତେ ବିଭାଗ ପକ୍ଷରୁ ଏକ ତଦନ୍ତକାରୀ ସ୍ୱତନ୍ତ୍ର ସ୍କାର୍ଡ ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହେଉଛି । ଜମାଖାତା ଗୁଡିକ ଡାକବିଭାଗର କି ନକଲି ସେଗୁଡିକୁ ଭଲଭାବର ଯଚଂ କରାଯିବ, ପର୍ଯ୍ୟାୟ ଅନୁସାରେ ଜମାକାରି ମାନଙ୍କୁ ଭେଟି ସେମାନଙ୍କ ବୟାନ ନିଆଯାଉଛି । ବେଜାଙ୍ଗଓ୍ୟାର୍ଡା ଗ୍ରାମାଚଂଳ ଡାକଘରର ପୋଷ୍ଟମାଷ୍ଟ୍ର ଅନୁପସ୍ଥିତ ଥିବାରୁ ବର୍ତମାନପାଇଁ ସେହି ଡାକଘରେ ଅସ୍ଥାୟୀ ଭାବେ ଅନ୍ୟଜଣେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.