Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ

99

ଭୁବନେଶ୍ୱର/ଯାଜପୁର୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)କୋରାଇ ବ୍ଳକ ପ୍ରଶାସନ ପକ୍ଷରୁ ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଲିତ ହୋଇଯାଇଛି । ବ୍ଲକ ସମାଜ ମଙ୍ଗଳ ଅଧିକାରୀ ହେମନ୍ତ କୁମାର ଜେନାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବ୍ଳକ ଉପାଧ୍ୟକ୍ଷ ଅନିଲ କୁମାର ମହାପାତ୍ର ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ ଘାଟନ କରିଥିଲେ । ପାଣିକୋଇଲି ବରିଷ୍ଠ ନାଗରିକ ମଂଚ ସଭାପତି ନୃସିଂହ ଚରଣ ଦଳାଇ, ସାଧାରଣ ସମ୍ପାଦକ ସୁରେନ୍ଦ୍ର କୁମାର ରାୟ, ଅନ୍ଧାରୀ ସମିତିସଭ୍ୟ କୁଳମଣୀ ଦାସ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବରିଷ୍ଠ ନାଗରିକ ମାନେ ଆଧୁନିକ ସମାଜରେ ଅଲୋଡା ହୋଇଥିବା ବେଳେ, ବିରିଷ୍ଠ ନାଗରିକ ମାନଙ୍କ ଦାୟିତ୍ୱ ଓ କର୍ତବ୍ୟ ଏବଂ ସୁରକ୍ଷା ସର୍ମ୍ପକରେ କିଭଳି କାର୍ଯ୍ୟଧାରା ହେବା ଉଚିତ୍ ସେ ସର୍ମ୍ପକରେ ଅତିଥିମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଜିପିଓ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମିତିସଭ୍ୟ ପ୍ରମୋଦ କୁମାର ସାହୁ ଓ ଜନପ୍ରତିନିଧିଙ୍କ ସମେତ ଉମାକାନ୍ତ ଖଣ୍ଡାଇ, ଚନ୍ଦ୍ରମଣୀ ସ୍ୱାଇଁ, ଗୋକୁଳାନନ୍ଦ ମହାରଣା, ମଧୁସୂଦନ ରାଉତ, ଉତ୍ସବ ମହାରଣା ଓ ବରିଷ୍ଠ ନାଗରିକ ମାନେ ମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.