Home ଜିଲ୍ଲା ପରିକ୍ରମା ବିଡିଓଙ୍କ ଅନୁପସ୍ଥିତ ଯୋଗୁ ୱାର୍ଡସଭ୍ୟ/ସଭ୍ୟାଙ୍କ ଦସ୍ତଖତ ହୋଇପାରିଲାନି ଯାଂଚ

ବିଡିଓଙ୍କ ଅନୁପସ୍ଥିତ ଯୋଗୁ ୱାର୍ଡସଭ୍ୟ/ସଭ୍ୟାଙ୍କ ଦସ୍ତଖତ ହୋଇପାରିଲାନି ଯାଂଚ

124

ଭୁବନେଶ୍ୱର/ଯାଜପୁର୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ବ୍ଲକ ଅନ୍ତର୍ଗତ ତଣ୍ଡରା ପଂଚାୟତର ସରପଂଚ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ ୯ ଜଣ ୱାର୍ଡ ସଭ୍ୟ/ସଭ୍ୟା । ପଂଚାୟତର ମୋଟ ୧୩ ଜଣ ୱାର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରୁ ୯ ଜଣ ପଂଚାୟତରେ ହେଉଥିବା ଦୁର୍ନିତୀ, ଅନିୟମିତତା ଓ ଅଣଦେଖା ପ୍ରତିବାଦରେ ଉପଜିଲ୍ଲାପାଳଙ୍କ ନିକଟରେ ହାଜର ହୋଇ ଅନାସ୍ଥା ଆଣିଥିଲେ । ଉପଜିଲ୍ଲାପାଳ ଏହି ୯ ଜଣଙ୍କ ଦସ୍ତଖତ ଯାଂଚ କରିବା ପାଇଁ ବ୍ଲକ କାର୍ଯ୍ୟାଳୟରେ ଅକ୍ଟୋବର ୧ରେ ଉପସ୍ଥିତ ରହି ଦସ୍ତଖତ ଯାଂଚରେ ସହଯୋଗ ପାଇଁ ଚିଠି କରିଥିଲେ । ତଦନୁଯାଇ ୱାର୍ଡ ସଭ୍ୟା ଗୀତାଂଜଳୀ ଘଡାଇ, ନାଣ୍ଡି ଦେଇ ମଳିକ, ପ୍ରଭାତୀ ସ୍ୱାଇଁ, ମାଣିକ ତରେଇ, ଲିତାରାଣୀ ସ୍ୱାଇଁ ୱାର୍ଡସଭ୍ୟ ନିରଂଜନ ପହି, ଅଜିତ କୁମାର ସାମଲ, ପୁରସ୍ତମ ବେହେରା, ରଂଜନ ପରିଡା ପ୍ରମୁଖ ବ୍ଲକ କାର୍ଯ୍ୟାଳୟରେ ପହଂଚିଥିଲେ । ମାତ୍ର ସେମାନେ ହାଜରହୋଇ ଜିପିଓଙ୍କ ନିକଟରେ ପହଂଚିବାରୁ ବିଡିଓଙ୍କ ଅନୁପସ୍ଥିତ ଯୋଗୁ ଦସ୍ତଖତ ଯାଂଚ ହୋଇପାରିବ ନାହିଁ ବୋଲି ଜିପିଓ ପୂର୍ଣ୍ଣ ଚନ୍ଦ୍ର ପାତ୍ର ଓ କୁମ୍ଭକର୍ଣ୍ଣ ଦଣ୍ଡପାଟ ମୌଖିକ ଭାବେ କହିଥିଲେ । ମାତ୍ର ବିଡିଓଙ୍କ ଅନୁପସ୍ଥିତିର କାରଣ କଣ ବା ବିଡିଓ କେବେ ଆସିବେ ବା କେଉଁ ଦିନ ଦସ୍ତଖତ ଯାଂଚ ହେବ ସେ ସର୍ମ୍ପକରେ କିଛି କହିନଥିଲେ । ଫଳରେ ୱାର୍ଡ ସଭ୍ୟ/ସଭ୍ୟାମାନେ ବିଡିଓଙ୍କ ଉଦ୍ଦ୍ୟେଶରେ ଏକ ଦରଖାସ୍ତ ମୁଖ୍ୟ କିରାଣୀ ସୁନିଲ ରାଉତଙ୍କୁ ଦେଇ ଉପଜିଳ୍ଲାପାଳଙ୍କ ନିକଟରେ ଫେରାଦ ହେବାକୁ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.