Home ଆମ ପର୍ବ ପର୍ବାଣୀ ଯାଜପୁର: ପ୍ରସିଦ୍ଧ କାଳୀପୂଜାର ଭସାଣୀ ନଭେମ୍ୱର ୨ ଓ ୩ ରେ

ଯାଜପୁର: ପ୍ରସିଦ୍ଧ କାଳୀପୂଜାର ଭସାଣୀ ନଭେମ୍ୱର ୨ ଓ ୩ ରେ

139

ଭୁବନେଶ୍ୱର/ଯାଜପୁର୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁରର କାଳୀପୂଜା ପ୍ରସିଦ୍ଧ ଓ ଅନନ୍ୟ ପାର୍ବଣ ଭାବେ ରାଜ୍ୟରେ ସୁଖ୍ୟାତି ଅର୍ଜନ କରିଚ୍ଥି ।  ତେଣୁ ଏହାର ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ମଙ୍ଗଳବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀଗୃହରେ ଯାଜପୁରର ଗଣପର୍ବ ଭାବେ ପରିଚିତ କାଳୀପୂଜା ଓ ଭସାଣୀ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ବିଗତ ବର୍ଷର ପୂଜା ଓ  ଭସାଣୀ ଏବଂ ଚଳିତ ବର୍ଷର ଗଣେଷ ପୂଜା, ଦଶହରା ପୂଜା ଏବଂ ଭସାଣୀକୁ ଅତ୍ୟନ୍ତ ଶୃଙ୍ଖଳାର ସହ ସମସ୍ତେ ସଂପନ୍ନ କରିଥିବାରୁ ଜିଲ୍ଲାପାଳ ସମସ୍ତ ପୂଜା କମିଟି ଓ ଯାଜପୁରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ ।  ଯାଜପୁରର ପ୍ରସିଦ୍ଧ ଲକ୍ଷ୍ମୀ ନାରାୟଣ ପୂଜା ଅକ୍ଟୋବର ୨୬ ଓ କାଳୀପୂଜା  ଅକ୍ଟୋବର ୨୭ ତାରିଖରେ ଆରମ୍ଭ ହେବ  ଓ ଭସାଣୀ ନଭେମ୍ୱର ୨ ଓ ୩ ତାରିଖରେ ହେବ ବୋଲି ନିଷ୍ପତ୍ତି ନିଆଯାଇଚ୍ଥି ।  ତେଣୁ ଏହାକୁ ଶୃଙ୍ଖଳିତ ଓ ସଦ୍ଭାବନାର ସହ ପାଳନ ନିମିତ୍ତ ସମସ୍ତେ ସହଯୋଗ କରିବାକୁ ଜିଲ୍ଲାପାଳ ଶ୍ରୀ  ଦାସ ଅନୁରୋଧ କରିଚ୍ଥନ୍ତି ।  ଭସାଣୀକୁ ବିଗତ ବର୍ଷ ଭଳି ଡିଜେ ମୁକ୍ତ, ନିଶା ମୁକ୍ତ, ପଲିଥିନ ମୁକ୍ତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ସଂପନ୍ନ ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ ।  ଚଳିତ ଗାନ୍ଧୀ ଜୟନ୍ତୀ ଠାରୁ ପ୍ଳ୍ାଷ୍ଟିକ ଓ ପଲିଥିନ ବନ୍ଦ ପାଇଁ ସରକାର ନିର୍ଦ୍ଦେଶ ଦେଇଥିବାରୁ ସେହି ଅନୁସାରେ ଏହାର ବ୍ୟବହାର ଊପରେ ନିୟନ୍ତ୍ରଣ ରଖିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ ।ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଜନସାଧାରଣ, ପୂଜା କମିଟିର ସମସ୍ତ ସଦସ୍ୟଙ୍କ ସକ୍ରିୟ ସହଯୋଗ ଓ ଆଇନ  ଶୃଙ୍ଖଳା ପ୍ରତି ଊତ୍ତରଦାୟୀ ରହିବାକୁ ପ୍ରତ୍ୟେକଙ୍କୁ ଅନୁରୋଧ କରିଥିଲେ ।  ପରେ ସାର୍ବଜନୀନ ଭାବେ ନିଷ୍ପତ୍ତି ନିଆଗଲା ଯେ, ପ୍ରତ୍ୟେକ ପୂଜା କମିଟି ସାମ୍ଭାବ୍ୟ ଅଟ୍ନିକାଣ୍ଡର ମୁକାବିଲା ପାଇଁ ବାଲି ଓ ପାଣିର ବ୍ୟବସ୍ଥା କରିବା,  ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଶ୍ଳିଳ ନୃତ୍ୟ ସଂଗୀତ ପ୍ରଦର୍ଶନ ନ କରିବା, ଶବ୍ଦ ପ୍ରôଦ୍ୟଷଣ ନ କରିବା ସହ ଅବକାରୀ ବିଭାଗ ପକ୍ଷରୁ  ପ୍ରତ୍ୟେକ ସନ୍ଦିଗ୍ଧ ସ୍ଥାନ, ଚ୍ଥକ, ଦୋକାନ ଇତ୍ୟାଦିରେ ନିରନ୍ତର ଭାବେ ଧରପଗଡ କରିବା ଓ ବ୍ରେଥ ଆନାଲାଇଜର ମାଧ୍ୟମରେ ମଦୁଆଙ୍କୁ ଧରାଯିବ ।  ପ୍ରତ୍ୟେକ ପୂଜା କମିଟି  ଅଧିକ ଶବ୍ଦରେ ମାଇକ ନ ବଜାଇବା, ଭସାଣିରେ ସର୍ବାଧିକ ୬ ଟି ସାଊଣ୍ଡବକ୍ସ ବ୍ୟବହାର କରିବା. ପୂଜା ଏବଂ ଭସାଣିରେ ପ୍ରତ୍ୟେକ ପୂଜା କମିଟିର ବରିଷ୍ଠ ସଦସ୍ୟ ମାନେ ଊପସ୍ଥିତ ରହିବା, ଶାନ୍ତି କମିଟି ସଦସ୍ୟ ମାନେ ଏକାଧିକବାର ବୈଠକ କରି ବିଭିନ୍ନ ସମସ୍ୟାର ସମାଧାନ କରିବା, ପୂଜା ଓ ଭସାଣି ପାଇଁ ଊପଯୁକ୍ତ ଟ୍ରାପିଂକ ବ୍ୟବସ୍ଥା, ପାନୀୟ ଜଳ, ରାସ୍ତା ମରାମତି, ନିରବଚ୍ଚ୍ଥିନ୍ନ ବିଦ୍ୟୁତ୍ ଯୋଗାଣ, ଯେଊଁଠାରେ ଇଲେକ୍ଟ୍ରିକ୍ ପୋଲ୍ ଦୁର୍ବଳ ବା ତାର ଝୁଲି ରହିଚ୍ଥି ତାହାର ତୁରନ୍ତ ମରାମତି, ଅଧିକ ଟ୍ରାନ୍ସପଂର୍ମର ବ୍ୟବସ୍ଥା, କଣ୍ଟୋଲ ରୁମ୍ ବ୍ୟବସ୍ଥା, ଖାଦ୍ୟର ମାନ ପରୀକ୍ଷା, ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସହ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ଇତ୍ୟାଦିର ବ୍ୟବସ୍ଥା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।  ବିଗତ ବର୍ଷ ଭଳି ପ୍ରତ୍ୟେକ ପୂଜା ମଣ୍ଡପକୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କରିବେ ବୋଲି ସୂଚନା   ଦେଇଥିଲେ ।  ବିଗତ ବର୍ଷ ଭଳି ବିସର୍ଜନ ପାଇଁ ଦେବୀଗଡା ଠାରେ ନଦୀ ବାଲିରେ ଏକ ଗର୍ତ୍ତ ଖୋଳାଯାଇ ମୂର୍ତ୍ତି ବିସର୍ଜନ କରାଯିବ ।  ଚଳିତ ମାସ ୧୬ ରୁ ୨୫ ତାରିଖ ପର୍ଯ୍ୟନ୍ତ ଇଲେକ୍ଟ୍ର ମେଣ୍ଟେନାନ୍ସ ପାଇଁ ବିଦ୍ୟୁତ୍ ସେବା ସକାଳ ୯ ଟାରୁ ୨ ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ଅବଗତ କରାଇଥିଲେ ।  ପ୍ରାରମ୍ଭରେ ଯାଜପୁର ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଗତ ବର୍ଷର ବିବରଣୀ ପଠନ କରିଥିଲେ ।  ଏହି ବୈଠକରେ  ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା ତହସିଲଦାର ସୁନିଲ କୁମାର ମେହେର ପ୍ରମୁଖ ଊପସ୍ଥିତ ଥିଲେ । ପୂର୍ବତନ ପୈାରାଧ୍ୟକ୍ଷ ଭବପ୍ରସାଦ ଦାସ, ପୋଲିସ ଏସ୍.ଡି.ପି.ଓ. ରବିନ୍ଦ୍ର ଜେନା, ବସ୍ ମାଲିକ ସଂଘ ସଂପାଦକ ବିଜୟ ମହାନ୍ତି, ସଦସ୍ୟ ଦିଗମ୍ୱର କର, ବଳଭଦ୍ର ଦାସ, ଶାନ୍ତି କମିଟି ସଦସ୍ୟ, ବିଭିନ୍ନ ପୂଜା କମିଟିର ସଦସ୍ୟ,  ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.