Home ଅପରାଧ ବେଆଇନ୍ କୁକୁଡ଼ା ଲଢେ଼ଇ ଉପରେ ହରିଚନ୍ଦନପୁର ପୋଲିସର ଚଢ଼ାଉ

ବେଆଇନ୍ କୁକୁଡ଼ା ଲଢେ଼ଇ ଉପରେ ହରିଚନ୍ଦନପୁର ପୋଲିସର ଚଢ଼ାଉ

48

ହରିଚନ୍ଦନପୁର,ତା ୧୫ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଶିରିଷିପାଳ ଠାରେ ବେଆଇନ୍ ଭାବେ କୁକୁଡା ଲଢେ଼ଇ ଚାଲିଥିବା ବେଳେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ମିଳିଥିବା ଖବର ଅନୁଯାୟୀ ଶିରିଷିପାଳ ଗ୍ରାମରେ ଚାଲିଥିବା ଫୁଟବଲ ଖେଳରେ ଶହଶହ ଲୋକଙ୍କ ଭିଡ଼ ଜମିଥିବା ବେଳେ ସେଠାରେ ଅନେକ ବେଆଇନ୍ ଖେଳ ଚାଲିଥିବା ଜଣାପଡ଼ିଛି । ଘଟଣାର ଖବର ପାଇ ହରିଚନ୍ଦନପୁର ପୋଲିସ ଘଟଣାସ୍ଥଳରେ ଅଚାନକ ଚଢ଼ାଉ କରିଥିବା ସହ ଖେଳ ନିମନ୍ତେ ପୋତା ଯାଇଥିବା ବାଉଁଶ ବାରିକେଟକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି । ଏଥିସହ ଏହିଭଳି ବେଆଇନ୍ ଖେଳ କରାଉଥିବା ଲୋକମାନଙ୍କୁ ଖେଳ ନକରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି । ପୁନର୍ବାର ଏହିଭଳି ବେଆଇନ୍ ଖେଳ କରାଗଲେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.