Home କେନ୍ଦୁଝର ମୁଣ୍ଡ ବଢୁଥିବା ଶିଶୁର ଚିକିତ୍ସା ପାଇଁ ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ

ମୁଣ୍ଡ ବଢୁଥିବା ଶିଶୁର ଚିକିତ୍ସା ପାଇଁ ହାତ ବଢ଼ାଇଲା ଜୟଦୁର୍ଗା ଫାଉଣ୍ଡେସନ

27

ହାଟଡ଼ିହି, ୧୫ /୧୨ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବାପରେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମର ରମାକାନ୍ତ ପାତ୍ରଙ୍କ ଦେଢ଼ବର୍ଷର ପୁଅ ଶୁଭମର ଚିକିତ୍ସା ପାଇଁ ଆଗେଇ ଆସିଛି ଜୟଦୁର୍ଗା ଫାଉଣ୍ଡେସନ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାପାଇଁ ପ୍ରତିଶୃତି ଦିଆଯାଇଛି । ପଢ଼ିଆରିପଲ୍ଲି ଗ୍ରାମରେ ରମାକାନ୍ତ ପାତ୍ରଙ୍କ ପୁଅ ଶୁଭମର ମୁଣ୍ଡଟି ଅସ୍ୱାଭାବିକ ଭାବେ ବୃଦ୍ଧି ପାଉଥିବା ସହିତ ଶରୀର କ୍ଷୀଣ ହୋଇ ଯାଉଛି । ଯାହାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡିଯାଇଛନ୍ତି । ରମାକାନ୍ତ ଜଣେ ଗରିବ ପରିବାରର ବ୍ୟକ୍ତି ହୋଇଥିବାରୁ ପୁଅର ଚିକିତ୍ସା କରିବାରେ ବ୍ୟଥ ହୋଇଛନ୍ତି । ଗତ କିଛିମାସ ପୁର୍ବେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ କଟକ ଶିଶୁଭବନକୁ ଚିକିତ୍ସା ପାଇଁ ନେଇଯାଇଥିଲେବି କରୋନା କଟକଣା ଯୋଗୁଁ ପୁଅର ଉପଯୁକ୍ତ ଚିକିତ୍ସା କରାଇ ନପାରି ଫେରାଇ ଆଣିଥିଲେ । କିନ୍ତୁ ପୁନର୍ବାର କଟକ ନେବାପାଇଁ ତାଙ୍କ ପାଖରେ ଆବଶ୍ୟକ ଅର୍ଥ ନଥିବାରୁ ସେ ଚିକିତ୍ସା ପାଇଁ ନେଇ ପାରୁ ନଥିଲେ । ଏ ସମ୍ପର୍କରେ ଗତ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟଦୁର୍ଗା ଫାଉଣ୍ଡେସନ ସହଯୋଗର ହାତ ବଢ଼ାଇବା ପାଇଁ ଆଗେଇ ଆସିଛି । ଫାଉଣ୍ଡେସନର ଅଧ୍ୟକ୍ଷା ସୁରେଶ୍ୱରୀ ସାଗରିକା ଜେନାଙ୍କ ନିର୍ଦ୍ଦେଶରେ ସଭାପତି ଉମାକାନ୍ତ ରାଉତ ତାଙ୍କ ଘରେ ପହଞ୍ଚି ସେମାନଙ୍କୁ ଆଥିକ ସହାୟତା ପ୍ରଦାନ କରିବା ସହିତ ସେମାନଙ୍କୁ କଟକ ଶିଶୁ ଭବନକୁ ନେଇ ଚିକିତ୍ସା କରାଇବାର ସମସ୍ତ ବ୍ୟବସ୍ଥା କରିଛନ୍ତି । ସେହିପରି ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟା ଶ୍ରୀ ଲେଖା ଜେନା ଜିଲ୍ଲାପ୍ରଶାସନକୁ ଟୁଇଟ କରି ଜଣାଇବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ତତ୍ପର ହୋଇଛି । ଆଜି ଶାଳଣିଆଁର ଆୟୁଷ ଡାକ୍ତର ସୁଦିପ୍ତା ପଣ୍ଡା, ଷ୍ଟାଫ ନର୍ସ ମଞ୍ଜୁଲତା ପାତ୍ର ପ୍ରମୁଖ ତାଙ୍କ ଶୁଭମଙ୍କ ଘରେ ପହଞ୍ଚି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.