Home ଓଡ଼ିଶା ବୁଡିଲା ଖୋର୍ଦ୍ଧା

ବୁଡିଲା ଖୋର୍ଦ୍ଧା

365

ଖୋର୍ଦ୍ଧା,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ଲଗାଣ ବର୍ଷାରେ ବେହାଲ ଖୋର୍ଦ୍ଧା ଜିଲ୍ଲା । ଓରବରସିଂହ, ମାନପୁର ଓ ନରଣଗଡ଼ ପଞ୍ଚାୟତର ୧୦ଟି ଗାଁରେ ବନ୍ୟା ଜଳପ୍ରବେଶ କରିଛି । ପ୍ରବଳ ବର୍ଷା ଯୋଗୁଁ ରାଜୁଆ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି ।

ଲୋକମାନେ ବନ୍ୟା ପାଣିରେ ପସି ଯାତାୟତ କରୁଥିବା ବେଳେ କେତେକ ଗାଁରେ ଡଙ୍ଗାରେ ଯାତାୟତ କରୁଛନ୍ତି । ଡିହଖଳା, ମାନପୁର ଓ ଓରବରସିଂହ, ଓରମି, ହିରିମୂଳ ଗାଁ ବାହ୍ୟଜଗତରୁ ସଂପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇଛି । ଏହାସହ ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଲୋକମାନେ ବନ୍ୟା ଘେରରେ ଥିବାବେଳେ ପ୍ରଶାସନ ତରଫରୁ କୌଣସି ଅଧିକାରୀ ପହଞ୍ଚି ନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.