Home ଅପରାଧ ଶବ ସଂସ୍କାର ସରିଥିଲା, ଦଶାହ କର୍ମ ଚାଲିଥିଲା: ହଠାତ ଆସି ପହଁଚିଲା ମୃତକ!

ଶବ ସଂସ୍କାର ସରିଥିଲା, ଦଶାହ କର୍ମ ଚାଲିଥିଲା: ହଠାତ ଆସି ପହଁଚିଲା ମୃତକ!

1889

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିର ଶବ ସଂସ୍କାର ସରିଥିଲା।ନିଜେ ପରିବାର ଲୋକ କରିଥିଲେ ତାଙ୍କର ଶବଦାହ।ଦଶାହ କର୍ମ ଚାଲିଥିଲା।କିନ୍ତୁ ହଠାତ୍ ସେହି ସ୍ଥାନରେ ଆସି ପହଁଚିଲା ସେହି ମୃତକ।ତାଙ୍କୁ ଦେଖି ପରିବାର ଏବଂ ଆତ୍ମୀୟ ସ୍ୱଜନ ହତବାକ୍ ହୋଇଗଲେ।ଘଟଣାଟି ବିଜୁଳି ବେଗରେ ଗାଁ ସାରା ପ୍ରଚାର ହୋଇଗଲା।ଘଟଣାଟି ଘଟିଛି ବିହାରର ମୁଜାଫରପୁର ଅଞ୍ଚଳରେ।ତେବେ ଏପରି କିପରି ଘଟିଲା?

ଘଟଣାଟି ଏହିପରି।ଗତ ଅଗଷ୍ଟ ୨୫ ତାରିଖରେ ମୁଜାଫରପୁର ମୁଶହରୀ ଥାନା ଅନ୍ତର୍ଗତ ବୁଧନଗରା ଗ୍ରାମ ନିବାସୀ ୪୯ ବର୍ଷୀୟ ସଞ୍ଜୀବ କୁମାର ନିରୁଦିଷ୍ଟ ହୋଇଗଲେ।ଏ’ ନେଇ ସଞ୍ଜୀବଙ୍କ ବାପା ଅବସରପ୍ରାପ୍ତ ସୈନିକ ରାମସେବକ ଠାକୂର ୬, ସେପ୍ଟମ୍ବରରେ ମୁଶହରି ଥାନାରେ ଏକ ଅଭିଯୋଗ କଲେ।ଏହାପରେ ସିକନ୍ଦରପୁର ଅଞ୍ଚଳର ଗଣ୍ଡକ ନଦୀ ଅଖାଡ଼ା ଘାଟ ପୋଲ ନିକଟରୁ ଏକ ଅଜଣା ବ୍ୟକ୍ତିର ଗଳିତ ଶବ ଉଦ୍ଧାର ହେଲା।ପୋଲିସ୍ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଦେଲା।ସଞ୍ଜୀବଙ୍କ ପରିବାର ଏ’ ଖବର ପାଇ ଶବଗୃହକୁ ଯାଇ ପୋଲିସ୍ ଉପସ୍ଥିତିରେ ଶବକୁ ଚିହ୍ନଟ କରି ସମସ୍ତ କାଗଜପତ୍ର ପ୍ରକ୍ରିୟା ସାରି ଶବକୁ ନେଇ ଗାଁ ରେ ଆଣି ଶବ ସତ୍କାର କରାଇଲେ।ତେବେ, ଏହାପରେ ଯେତେବେଳେ ସଞ୍ଜୀବଙ୍କର ଦଶାହ କର୍ମ ଚାଲିଥିଲା, ସଞ୍ଜୀବ ନିଜେ ଆସି ହଠାତ୍ ସେଠି ପହଞ୍ଚିଗଲେ।

ତେବେ, ସଞ୍ଜୀବଙ୍କ ପରିବାର କାହାର ଶବଦାହ କରିଥିଲେ?।ସଞ୍ଜୀବଙ୍କ ବାପା ରାମ ସେବକଙ୍କ କହିବା କଥା ସେ ଗଳିତ ଶବଟି ତାଙ୍କୁ ତାଙ୍କ ପୁଅ ପରି ଲାଗିଲା।ତେଣୁ ଶବକୁ ଆଣି ସଂସ୍କାର କରାଇଲେ।ପୋଲିସ୍ ଏ’ ନେଇ ଏବେ ଚିନ୍ତାରେ ପଡ଼ିଯାଇଛି।ଏହାକୁ ନେଇ ଏକ ମାମଲା ରୃଜୁ କରି ପୋଲିସ୍ ତଦନ୍ତ କରୁଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.