ad
ଓଡ଼ିଶା

ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମରେ ଦିବାରାତ୍ରୀ ଖେଳ ପାଇଁ ଲାଗିବ ସ୍ତାୟୀ ଫ୍ଲଡ଼ ଲାଇଟ

ସମ୍ବଲପୁର, ୨୨/୫ (ଓଡ଼ିଆ ପୁଅ) ରାଜ୍ୟର ଅନ୍ୟତମ ପ୍ରମୁଖ କ୍ରୀଡାଂଗନ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମ ଖୁବ ଶୀଘ୍ର ଫ୍ଲଡ଼ ଲାଇଟରେ ଝଲସିବ। ଏଥିପାଇଁ କାର୍ଯ୍ୟ ଆରମ୍ବ ହୋଇଛି। ଆସନ୍ତା ଜୁନ ମାସ ମଧ୍ୟରେ ଏହି ଷ୍ଟାଡ଼ିୟମରେ ଫ୍ଲଡ଼ ଲାଇଟରେ ଖେଳକୁଦ ଆୟୋଜନ କରାଯାଇପାରିବ। ଷ୍ଟାଡ଼ିୟମ ପରିଚାଳନା କରୁଥିବା ଜିଲ୍ଲା କ୍ରୀଡା ସଂଘ ଉଦ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଷ୍ଟାଡ଼ିୟମରେ ଦଶଟି ଲାଇଟ ଟାଓାର ନିର୍ମାଣ ଓ ସ୍ତାପନ କାର୍ଯ୍ୟ ସମ୍ପୂର୍ନ ହୋଇଛି। ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର ହେବା ପରେ ଲାଇଟ ଖଞାଯିବାକୁ ଟେଂଡ଼ର ପ୍ରକ୍ରୀୟା କରାଯାଇ କାର୍ଯ୍ୟାରମ୍ବ ହେବ। ତେବେ ବିଦ୍ୟୁତ ସଂଯୋଗ ପାଇଁ କେବୁଲ ବିଛାଇବା କାମ ଖୁବ ଶୀଘ୍ର ଆରମ୍ବ ହେବ ବୋଲି କ୍ରୀଡ଼ା ସଂଘ ସୂତ୍ରରୁ ଜଣାପଡ଼ିଛି। ହୀରାକୁଦର ହିଂଡ଼ାଲକୋ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି। ପ୍ରତି ଟାଓାରେ ଚାରୀ ଶହ ଓାଟର ବିଶିଷ୍ଟ ଦୁଇଶହଟି ଲେଖାଏ ଲାଇଟ ରହିବ। ଷ୍ଟାଡ଼ିୟମ ର ବିକାଶ ପାଇଁ ମହାନଦୀ କୋଇଲା କମ୍ପାନୀ ଯୋଗାଇଥିବା କୋଡ଼ିଏ ଲକ୍ଷ ଟଙ୍କାକୁ ଉପଯୋଗ କରାଯାଇ ଲାଇଟ ପାଇଁ ଖର୍ଚ୍ଚ କରାଯିବ। ପଚାଶ ଦଶକରେ ନିର୍ମିତ ଏହି ଷ୍ଟାଡ଼ିୟମରେ ଦିବାରାତ୍ରୀ ଖେଳ କିମ୍ବା ଅନ୍ୟ କାର୍ଯ୍ୟକ୍ରମ ସକାଶେ ଲାଇଟ ଲଗାଇବା ପାଇଁ ଅନେକ ଟଙ୍କା ବିନିଯୋଗ କରିବାକୁ ପଡ଼ୁଛି। ସ୍ତାଇ ଫ୍ଲଡ଼ ଲାଇଟ ବ୍ୟବସ୍ତା କାର୍ଯ୍ୟକ୍ଷମ ହେଲେ ଖର୍ଚ୍ଚ ନିୟନ୍ତ୍ରଣ ସହିତ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ। ଏହି ଷ୍ଟାଡ଼ିୟମର ଆୟ ବୃଧିରେ ମଧ୍ୟ ସହାୟକ ହୋଇପାରିବ।

ସୂଚନା ଯୋଗ୍ୟ ଯେ, ଏହି ଷ୍ଟାଡ଼ିୟମ ରେ ସନ୍ତୋଷ ଟ୍ରଫି ଫୁଟବଲ, ଅନେକ ଦେଓଧର, ରଣଜୀ, ସିକେ ନାଇଡ଼ୁ, ବିଜୟ ମର୍ଚ୍ଚାଂଟ ଟ୍ରଫି କ୍ରକେଟ ମ୍ୟଚ ସହିତ ବହୁ ସଂଖ୍ୟକ ଜାତୀୟ ଓ ରାଜ୍ୟ ସ୍ତରୀୟ, ଆନ୍ତଃ ବିଶ୍ୱବିଦ୍ୟାଳୟ, ଦିଲ୍ଲିପ ଦୋଷୀ, ଖେଳ ପ୍ରତିଯୋଗିତା ଆୟୋଜିତ ହୋଇଛି। ବିନୋଦ କାମ୍ବଲି, ଡ଼ବ୍ଲୁ ଭି ରମଣ, ରବିଚନ୍ଦ୍ରନ ଅଶ୍ୱିନ, ମନିନ୍ଦର ସିଂ, ବୀରେନ୍ଦର ସାହବାଗ, ଗୌତମ ଗାମ୍ବୀର, ଦେବାଶିଷ ମହାନ୍ତି, ରଞ୍ଜୀବ ବିଶ୍ୱାଳ, ଏର୍ସାଦ ଆୟୁବ ପ୍ରମୁଖ ପ୍ରତିଭାବାନ କ୍ରିକେଟ ତାରକା ଏଠାରେ ବିଭିନ୍ନ ସମୟରେ ଖେଳିଛନ୍ତି। ଓଡ଼ିଶାର ଜାତୀୟ ଖେଲାଳି ସୀତାଂଶୁ ଷଢ଼ଙ୍ଗୀ, ସୋମନାଥ ସାହୁ, ମହିପାଲ ସୈାଦାଗର, ମନୋଜ ଖେତାନୀ ପ୍ରମୁଖଙ୍କ ଏହି ଠାରୁ ସଫଳତାର ଯାତ୍ରା ଆରମ୍ବ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top