Home ଓଡ଼ିଶା ବାଲିଗୁଡାରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଜୋରଦାର

ବାଲିଗୁଡାରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଜୋରଦାର

194

ବାଲିଗୁଡା, ୨୨/୫ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ): -; ଭୋଟ ଗଣତି ପାଇଁ ବାଲିଗୁଡା ଉପଖଣ୍ଡ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କନ୍ଧମାଳ ଜିଲ୍ଲାରେ ଲୋକସଭା ସହ ବିଧାନସଭା ନିର୍ବାଚନପାଇଁ ମତଦାନ କରାଯାଇଥିଲା ଗତ ଏପ୍ରିଲ ୧୮ ତାରିଖରେ ଓ ଇଭିଏମ ମିସିନରେ ସିଲ ହୋଇ ରହିଛି ପାର୍ଥୀ ମାନଙ୍କ ଭାଗ୍ୟ। ଆସନ୍ତାକାଲି ଭୋଟ ଗଣତି କା୍ର୍ୟ୍ୟ ପାଇଁ ସମସ୍ତ ପକ୍ରିୟା ଶେଷ ପର୍ଯ୍ୟାୟରେ ପଂହଚିଛି। ଆସନ୍ତାକାଲି ସକାଳ ଆଠଟା ସମୟରୁ ହେବ ଆରମ୍ଭ ପକ୍ରିୟା। ବାଲିଗୁଡା ଉପଜିଲ୍ଲାପାଳ କାର୍ଯ୍ୟଳୟ ବାଲିଗୁଡା ବିଧାନସଭା ଓ ସଂସଦିୟ କ୍ଷେତ୍ରର ଓ ଘୁ ଉଦୟଗିରି ବିଧାନସଭା ମଣ୍ଡଳୀର ଆଦିବାସୀ ମହାବିଦ୍ୟାଳୟରେ ରଖାଯାଇଛି ଈଭିଏମ। ଏହି ଦୁଇଟି ସ୍ଥାନରେ ହେବ ଗଣତି। ଗଣତି ପାଇଁ ସମସ୍ତ ପ୍ରସ୍ତୁତି ସସରିଥିବା ବେଳେ ଗଣତି ପାଇଁ ବାଲିଗୁଡା ନିର୍ବାଚନ ମଣ୍ଡଳୀ ପାଇଁ ଦୁଇଶହପଚାଶ ଓ ଘୁଉଦୟଗିରି ବିଧାନସଭା ମଣ୍ଡଳୀ ପାଇଁ ତିନି ଶହ କର୍ମଚାରୀ ନିୟୋଜିତ କରାଯିବା ସହ ପ୍ରତି ଗଣତି ସ୍ଥାନରେ ପର୍ଯ୍ୟବେକ୍ଷକ ଓ ଏଜେଣ୍ଟ ରହିବା ବ୍ୟବସ୍ଥା କରାଯିବା ସହ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ବାଲିଗୁଡା ଓ ଘୁଉଦୟଗିରି ନିର୍ବାଚନ ଅଧିକାରୀ ତଥା ବାଲିଗୁଡା ଉପଜିଲ୍ଲାପାଳ ସିନେ୍ଧ ଦତାତ୍ରୟ ଭାଉସାହେବ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.