Home ଓଡ଼ିଶା ବିଦ୍ୟୁତ୍ ଚାଳିତ ପାଣି ମୋଟର ଚୋରି ଥାନାରେ ଅଭିଯୋଗ

ବିଦ୍ୟୁତ୍ ଚାଳିତ ପାଣି ମୋଟର ଚୋରି ଥାନାରେ ଅଭିଯୋଗ

127

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୭-ନୟାଗଡ ଜିଲ୍ଲା ରଣପୁର ଥାନା ଅଂଚଳରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି । ବର୍ଷାର ଅଭାବ ଯୋଗୁଁ ଚାଷକାମ ଆଗେଇ ପାରୁନାହିଁ । ଏହି ଅଂଚଳରେ ଜଣସେଚନ ର ଘୋର ଅଭାବ ରହିଛି । କେତେକ ଯାଗାରେ ଉଠା ଜଳସେଚନ ବିଭାଗରୁ ପାଣି ପଂଚାୟତ ଗଠନ କରାଯାଇ ଚାଷବାଷ ପାଇଁ ନଦୀ ମାନଙ୍କରେ ପାଣି ମୋଟର ବସାଯାଇଥିଲା । ବଳଭଦ୍ରପୁର ଗ୍ରାମ ପଂଚାୟତ ନୁଆ ନନ୍ଦପୁର ଗ୍ରାମରେ ମା ବାଉତୀ ପାଣି ପଂଚାୟତ ଗଠନ କରାଯାଇ କଙ୍କଡାଝର ନଦୀରେ ଏକ ବିଦ୍ୟୁତ୍ ଚାଳିତ ପାଣି ମୋଟର ବସାଯାଇଥିଲା ।

ବିଦ୍ୟୁତ୍ ସଂଯୋଗ କଟିଯାଇଥିଲା ବେଳେ ବିଦ୍ୟୁତ୍ ସଂଯୋଗ ପାଇଁ ପାଣି ପଂଚାୟତ ର ଚାଷୀମାନେ ଉଦ୍ୟମ ଜାରି ରଖିଥିଲେ । କିନ୍ତୁ ଗତ ୨୦ ତାରିଖ ରାତ୍ରିରେ ବିଦ୍ୟୁତ୍ ଚାଳିତ ପାଣି ମୋଟରଟି କେହି ଚୋରାଇ ନେଇଥିବା ସମ୍ପର୍କେ ରଣପୁର ଥାନାରେ ଅଭିଯୋଗ ହୋଇଛି । ରଣପୁର ଅଂଚଳରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.