Home Coronavirus Outbreak ଜିଲ୍ଲାରେ ଦୁଇ ଶତକ ଅଭିମୁଖେ କରୋନା ଆକ୍ରାନ୍ତ – ପୁଣି ୨ କରୋନା ଯୋଦ୍ଧା ସମେତ...

ଜିଲ୍ଲାରେ ଦୁଇ ଶତକ ଅଭିମୁଖେ କରୋନା ଆକ୍ରାନ୍ତ – ପୁଣି ୨ କରୋନା ଯୋଦ୍ଧା ସମେତ ୧୦ ଜଣ ନୂଆ କରୋନା ପଜିଟିଭ, ଜିଲ୍ଲା ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪

195

ସମ୍ବଲପୁର, ୨୧-୭ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ସମ୍ବଲପୁର ରୁ ପୁଣି ନୂଆ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୦ ଜଣଙ୍କ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା ରହିଛନ୍ତି। ଚିହ୍ନଟ ମାନଙ୍କ ମଧ୍ୟରେ ୧୩ ବର୍ଷ ର ବାଳକ ମଧ୍ୟ ରହିଛନ୍ତି। ଚିହ୍ନଟ ମାନଙ୍କ ମଧ୍ୟରେ ୬ ଜଣ ମହିଳା ଏବଂ ୪ ଜଣ ପୁରୁଷ ରହିଛନ୍ତି। ସମ୍ବଲପୁର ମହାନଗର ନିଗମ ବୁର୍ଲା ରୁ ୪ ଜଣ, ସମ୍ବଲପୁର ସହର ରୁ ୩ ଜଣ ଏବଂ ଜଣେ ମାନେଶ୍ଵର ବ୍ଲକ ରୁ ରହିଛନ୍ତି। ଚିହ୍ନଟ କରୋନା ଯୋଦ୍ଧା ଉଭୟେ ମହିଳା ଏବଂ ବୟସ ୩୬ ଓ ୨୮। ମାନେଶ୍ଵର ବ୍ଲକ ରୁ ଚିହ୍ନଟ ଜଣକ ମହିଳା ଏବଂ ବୟସ ୩୨। ଠିକ୍ ସେହିପରି ମହାନଗର ନିଗମ ଅଂଚଳ ରୁ ଚିହ୍ନଟ ୩ ଜଣ ଙ୍କ ବୟସ ଯଥା କ୍ରମେ ୨୮(ପୁରୁଷ), ୩୧ ( ପୁରୁଷ) ଓ ୨୮ (ମହିଳା) ବୋଲି ଜଣାପଡିଛି। ବୁର୍ଲା ରୁ ଚିହ୍ନଟ ୪ ଜଣ ଯାକ ଗୃହ ସଂଘରୋଧ ରେ ଥିଲେ। ବୟସ ୧୩ (ପୁରୁଷ), ୭୭ (ମହିଳା), ୧୮ (ପୁରୁଷ) ଏବଂ ୪୮(ମହିଳା)। ଆଜି ର ଚିହ୍ନଟ ସମସ୍ତ କେଶ ସଂକ୍ରମିତ କେଶ ରହିଛି। ଆଜି ର ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ସମ୍ବଲପୁର ରେ ଏଯାବତ ୧୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ କରୋନା ଆକ୍ରାନ୍ତ ଚିହ୍ନଟ ସମସ୍ତ ଙ୍କୁ ଆଜି କୋଭିଡ ଡାକ୍ତରଖାନା କୁ ପଠାଇ ଦିଆଯାଇଛି ଏବଂ ସମସ୍ତ ବ୍ୟକ୍ତି ଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଏବେ ଦ୍ବି ଶତକ ହେବା ଅପେକ୍ଷାରେ ଥିବା ବେଳେ ସଂକ୍ରମଣ ର ଭୟାବହତା କୁ ଦୃଷ୍ଟି ରେ ରଖି ଆଜି ମଙ୍ଗଳବାର ଜିଲ୍ଲାପାଳ ଶୁଭମ ସକ୍ସେନା ଆସନ୍ତା କାଲି ୨୨ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟାୟ ୧୦ ଦିନ ୨ ଟି ପର୍ଯ୍ୟାୟ ରେ ସମଗ୍ର ଜିଲ୍ଲା କୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.