Home ଓଡ଼ିଶା ବସ୍ ଓ ମୋଟର ସାଇକେଲ ଧକ୍କା ୨ ମୃତ

ବସ୍ ଓ ମୋଟର ସାଇକେଲ ଧକ୍କା ୨ ମୃତ

1226

ଦେବଗଡ ୯-୭ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) : ଦେବଗଡ ସହର ଠାରୁ ଅଳ୍ପ ଦୂରରେ ଥିବା ଚିକିଣି ଘାଟିରେ ବସ୍ ଓ ମୋଟର ସାଇକେଲ ଧକ୍କା ହେବା ଫଳରେ ମୋଟର ସାଇକେଲ ଆରୋହି ମଧ୍ୟରୁ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକ ଦେବଗଡ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିବା ସମୟରେ ରାସ୍ତାରେ ମୃତ୍ୟୁ ଘଟିଛି। ମୃତକଙ୍କ ଘର ତାବଡା ଗ୍ରାମ ପଞ୍ଚାୟତର ବାଘିଆ ଗ୍ରାମର ବୋଲି ଜଣାପଡ଼ିଛି। ସମ୍ପର୍କରେ ଦୁଇ ଜଣ ଭାଇ ଓ ଭଉଣୀ ଅଟନ୍ତି। ଆଜି ସକାଳେ ମୃତକ ସନ୍ତୋଷ ପ୍ରଧାନ (୧୯) ଓ ସୀମାରେଖା ବିଶ୍ବାଳ (୧୬) ତାବଡାରୁ ଦେବଗଡ ଅଭିମୁଖେ ନିଜ ମୋଟର ସାଇକେଲ OD-28-9554 ଆସୁଥିବା ସମୟରେ ଚିକିଣି ଘାଟଠାରେ ଦେବଗଡରୁ ଅନୁଗୁଳ ଅଭିମୁଖେ ଯାଉଥିବା ସରସ୍ବତୀ ବସ୍ OD-28-8118 ସହିତ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ସନ୍ତୋଷ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା ସୀମାରେଖା ବିଶ୍ବାଳଙ୍କୁ ଡାକ୍ତର ଖାନା ନେବା ବାଟରେ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.