Home ଆନ୍ତର୍ଜାତୀୟ ବିଶ୍ୱ ଆର୍ଥିକ ଫୋରମର ସ୍କିଲ୍ ଗ୍ୟାପ୍ ଟ୍ୟାସ୍କଫୋର୍ସ ସମାପନ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଶ୍ୱ ଆର୍ଥିକ ଫୋରମର ସ୍କିଲ୍ ଗ୍ୟାପ୍ ଟ୍ୟାସ୍କଫୋର୍ସ ସମାପନ ବୈଠକରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

344

– ସ୍କିଲ୍ ଗ୍ୟାପ୍ ହ୍ରାସ କରିବା ଉପରେ ଦେଲେ ଗୁରୁତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁଲାଇ ୦୮ (ଓଡ଼ିଆ ପୁଅ) – ସ୍କିଲ୍ ଗ୍ୟାପ୍କୁ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାସ୍କଫୋର୍ସର ସମାପନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେଣୁ ସ୍କିଲ ଗ୍ୟାପ୍କୁ ହ୍ରାସ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଭାରତରେ ସ୍କିଲ ଗ୍ୟାପ୍ ହ୍ରାସ କରିବା କ୍ଷେତ୍ରରେ ଥିବା ଆହ୍ୱାନ ଓ ସୁଯୋଗ ସମ୍ପର୍କରେ ବୈଠକରେ ବିସ୍ତୁତ ଭାବେ ଆଲୋଚନା ହୋଇଥିଲା। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ ଯେ ସାମ୍ପ୍ରତିକ ଯୁଗରେ ଟେକ୍ନୋଲୋଜିର ପ୍ରଗତି ଦ୍ୱାରା କାର୍ଯ୍ୟରେ ପରିବର୍ତ୍ତନ ପରିଲିକ୍ଷିତ ହୋଇଛି। ସେହି ପରିବର୍ତ୍ତନକୁ ଆଖି ଆଗରେ ରଖି ଦକ୍ଷତା ପ୍ରଦାନ କରିବାର ଇକୋସିଷ୍ଟମ ସେହିଭଳି ହେବାର ଆବଶ୍ୟକ ରହିଛି। ଯଦ୍ୱାରା ଗୋଟିଏ ଦକ୍ଷତାସମ୍ପନ୍ନ କାର୍ଯ୍ୟ କରୁଥିବା ଲୋକ ତିଆରି ହୋଇପାରିବ ବୋଲି ସେ କହିଛନ୍ତି।

ଏହି ବୈଠକରେ ବିଶ୍ୱ ଆର୍ଥିକ ଫୋରମ ଏବଂ ଦେଶର ବିଭିନ୍ନ ରାଷ୍ଟ୍ରାୟତ ତୈଳ ଓ ଗ୍ୟାସ କମ୍ପାନୀ ଯଥା ଆଇଓସିଏଲ, ଏଚପିସିଏଲ, ଓଏନଜିସି ମଧ୍ୟରେ ଆଲୋଚନା କରିଥିଲା। ଉଭୟଙ୍କ ମଧ୍ୟରେ ଯେପରି ଉତମ ସମନ୍ୱୟ ରକ୍ଷା କରାଯାଇପାରିବ ଏବଂ ଆଗକୁ ମଧ୍ୟ କାମ କରାଯାଇପାରିବ ସେ ନେଇ ମଧ୍ୟ ରୋଡ ମ୍ୟାପ୍ ପ୍ରସ୍ତୁତ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.