Home ଓଡ଼ିଶା ବର୍ଷାରେ ବେହାଲ ସୁବର୍ଣ୍ଣପୁର

ବର୍ଷାରେ ବେହାଲ ସୁବର୍ଣ୍ଣପୁର

279

ସୁବର୍ଣ୍ଣପୁର,୦୪/୦୯,(ଓଡ଼ିଆ ପୁଅ ପି ନାଏକ): ଲଗାଣ ବର୍ଷାରେ ବେହାଲ ସୁବର୍ଣ୍ଣପୁର ଜିଲ୍ଲା । ବିଭିନ୍ନ ନଦୀରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ରକ୍ସା ଯୋରରେ ମଧ୍ୟ ବନ୍ୟାଜଳ ଯୋଗୁଁ ରକ୍ସା ଛକରେ ଥିବା ମଠ ସଂପୂର୍ଣ୍ଣ ବୁଡିଯାଇଛି । ଦମକଳ ବାହିନୀ ପହଞ୍ଚି ୩ ଜଣ ସାଧୁଙ୍କୁ ଉଦ୍ଧାର କରିଛି । ସୋନପୁର ବ୍ଳକ ପାଇକବହାଲ ଗାଁ ନିକଟରେ ଥିବା ରାକ୍ଷସ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି । ଏବେ ୩ ଫୁଟ ଉଚ୍ଚରେ ଗାଁ ଭିତର ଦେଇ ବନ୍ୟାଜଳ ପ୍ରଭାବିତ ହେଉଛି । ସେହିପରି ହରିହରଯୋରର ବନ୍ୟାପାଣି ଯୋଗୁଁ ବୀରମହାରାଜପୁର ବ୍ଲକର କୃଷ୍ଣପାଲି ଏବଂ ଉଲୁଣ୍ଡା ବ୍ଳକର ପୁଳେଶ୍ୱା ଗାଁରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗାଁକୁ ବନ୍ୟାପାଣି ଘେରିରହିଥିବା ବେଳେ ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇଛି ।

୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.