Home ଓଡ଼ିଶା ଅକ୍ଷୟଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

ଅକ୍ଷୟଙ୍କ ସହ ନଜର ଆସିବେ ଏହି ଅଭିନେତ୍ରୀ

371

ମୁମ୍ବାଇ,୦୪/୦୯,(ଓଡ଼ିଆ ପୁଅ ପି ନାଏକ): ନିର୍ଦ୍ଦେଶକ ଚନ୍ଦ୍ରପ୍ରକାଶ ଦ୍ୱିବେଦୀଙ୍କ ଆଗାମୀ ଫିଲ୍ମ ପୃଥ୍ଵୀରାଜ୍‌ ଚୌହାନ୍‌ର କାଷ୍ଟିଙ୍ଗ୍‌ ପ୍ରାୟ ଶେଷ ହୋଇ ଆସିଥିବା ଜଣା ପଡ଼ିଛି । ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ଭୂମିକାରେ ଅକ୍ଷୟ କୁମାର ନଜର ଆସିବାକୁ ଥିବା ବେଳେ ଖଳନାୟକ ମହମ୍ମଦ ଗୌରୀଙ୍କ ଭୂମିକାରେ ନଜର ଆସିବେ ମାନବ ବିଜ୍‌ । ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପରାକ୍ରମକୁ ଦର୍ଶକ ଦେଖି ପାରିବେ । ତେବେ ଏହି ଫିଲ୍ମରେ ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ପତ୍ନୀ ସଂଯୁକ୍ତାଙ୍କ ଭୂମିକାରେ ନଜର ଆସିବେ ବିଶ୍ୱ ସୁନ୍ଦରୀ ମାନୁଷୀ ଛିଲ୍ଲର ।

୩୮ ଲକ୍ଷରୁ ଉର୍ଦ୍ଧ୍ୱ ପାଠକଙ୍କୁ ଧନ୍ୟବାଦ : ‘ଓଡ଼ିଆ ପୁଅ’ ପେଜ୍ ଭିଉଜ୍ ୫ ମିଲିୟନ୍ ଟପିଲା

ଇତିହାସକୁ ଦେଖିବାକୁ ଗଲେ, ପୃଥ୍ଵୀରାଜ୍‌ ଚୌହାନ୍‌ଙ୍କ ୪ଟି ରାଣୀ ଥିଲେ । କିନ୍ତୁ ଫିଲ୍ମରେ କେବଳ ଦୁଇଟି ରାଣୀଙ୍କୁ ଦର୍ଶକେ ଦେଖି ପାରିବେ । ରିପୋର୍ଟ ଅନୁଯାୟୀ ପ୍ରଥମ ରାଣୀ ସଂଯୁକ୍ତାଙ୍କ ଭୂମିକାରେ ମାନୁଷୀ ଆସିବା ସହ ଦ୍ୱିତୀୟ ରାଣୀଙ୍କ ଭୂମିକାରେ କୌଣସି ଟିଭି କଳାକାର ନଜର ଆସିବେ ବୋଲି ଜଣା ପଡ଼ିଛି । ଫିଲ୍ମର ସୁଟିଂ ରାଜସ୍ଥାନ ଓ ଉତ୍ତର ଭାରତର ଅନ୍ୟ ରାଜ୍ୟରେ ହେବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.