Home ଓଡ଼ିଶା ଫେସବୁକ ପ୍ରେମରୁ ଟଙ୍କା ହଡପ

ଫେସବୁକ ପ୍ରେମରୁ ଟଙ୍କା ହଡପ

276

କୋରାପୁଟ,୧୯/୧୦,(ଓଡ଼ିଆ ପୁଅ ପି ନାଏକ): ଆଜିକାଲି ଯୁଗ ଏତେ ଉନ୍ନତି କଲାଣି ଯେ, ସୋସିଆଲ ମିଡ଼ିଆ ବିନା ସବୁ କିଛି ଅଧୁରା । ବିଶେଷ କଥା ହେଲା ଯେ, ଆଜିକାଲି ଯୁବପିଢୀ ସୋସିଆଲ ମିଡ଼ିଆ ମାଧ୍ୟମରେ ସବୁ କିଛି କରୁଛନ୍ତି । ଏମିତିକି ବନ୍ଧୁତ୍ବ ଠାରୁ ଆରମ୍ଭ କରି ପ୍ରେମ ବି ଫେସବୁକ ଦ୍ବାରା କରୁଛନ୍ତି । ତେବେ ସବୁବେଳେ ଏହା ଠିକ୍ ହୋଇନଥାଏ । ଠିକ ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲାରେ । ସୂଚନା ଅନୁସାରେ, ଫେସଵୁକରୁ ପ୍ରେମ କରି ୭ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି ଜଗଦୀଶ ନାମକ ଜଣେ ଯୁବକ । ତେବେ ସୂଚନା ଅନୁସାରେ, ୨୦୧୫ ମସିହାରୁ ଜଗଦୀଶ ଜଣେ ଯୁବତୀଙ୍କ ସହ ଫେସବୁକରେ ଚାର୍ଟିଂ କରୁଥିଲେ । ଏହା ସହ ଅଶ୍ଳୀଳ ଫଟୋ ବି ଆଦାନ ପ୍ରଦାନ କରୁଥିଲେ। ତେବେ ପରେ ଏହି କଥା ପବିତ୍ର ଜାଣିବା ପରେ ନିଜକୁ ଯୁବତୀର ମଉସା ଓ ପୋଲିସ ଡିସିପି  କହି ଜଗଦୀଶକୁ ଭୟଭୀତ କରି  କ୍ରମେ ୭ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ପରେ ଜଗଦୀଶଙ୍କୁ ସେ ୩ ଲକ୍ଷ ମାଗିଥିଲା । ଶେଷରେ ସେ ବାଧ୍ୟ ହୋଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.