Home ଜିଲ୍ଲା ପରିକ୍ରମା ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିବା ଚମ୍ପା ଏବେ ହସପିଟାଲ ଶଯ୍ୟା ରେ ବଚିଂବା ପାଇଁ...

ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିବା ଚମ୍ପା ଏବେ ହସପିଟାଲ ଶଯ୍ୟା ରେ ବଚିଂବା ପାଇଁ ସଂଘର୍ଷ ଚଳାଇଛନ୍ତି

638

ମାଲକାନଗିରି,୧୯ା୧୦(ଓଡିଆ ପୁଅ )ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇଥିବା ଚମ୍ପା ଏବେ ମାଲକାନଗିରି ଜିଲ୍ଲା ହସପିଟାଲ ଶଯ୍ୟା ରେ ବଚିଂବା ପାଇଁ ସଂଘର୍ଷ ଚଳାଇଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥ ସର୍ଗିଗୁଡା ଗ୍ରାମର ନରସିଂହ କାଲାକୁରା ଜଣେ ଗରିବ ଆଦିବାସୀ ତାଙ୍କ ବଡ ଝିଅ ଚମ୍ପା କାଲାକୁରା(୨୫) ଅଚିହ୍ନାରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ୧୩ବର୍ଷ ଧରି ଗୋଟିଏ ବିଛଣାରେ ଶଯ୍ୟାସାଇ ହୋଇ ଯନ୍ତ୍ରଣା ଭୋଗି ଆସୁଥିଲେ । ନରସିଂହ ଙ୍କ ଗୋଟିଏ ଝିଅ ଓ ଦୁଇପୁଅ ସନ୍ତୋଷ,ଦିଲିପ,ଝିଅ ଚମ୍ପା ଘରର ବଡ ଝିଅ ସେ ଗତ୧୩ବର୍ଷତଳେ ଗାଁ ସ୍କୁଲରେ ୭ମ ଶ୍ରେଣୀରେ ପାଠପଢୁଥିବା ବେଳେ ହଟାତ ତାଙ୍କର ଗୋଡ ହାତ ଝିମି ଝିମି ହୋଇ ଏକ ଅଚିହ୍ନାରୋଗ ରେ ଆକ୍ରାନ୍ତ ହୋଇଥିଲେ । ସେହି ଦିନଠାରୁ ନରସିଂହ ଜମି ବାଡି ବିକ୍ରୀକରି ଝିଅର ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଙ୍କୁ ଦେଖାଇ ସବ ର୍ହରା ହୋଇଗଲେ ,ହଲେ ଝିଅର ରୋଗ ଭଲ ହୋଇପାରିଲା ନାହିଁ । ବଡ ଡାକ୍ତରଖାନା କୁ ଯିବା ପାଇଁ ତାଙ୍କ ନିକଟରେ ଅର୍ଥ ନଥିବାରୁ ଗାଁ ବଇଦକୁ ଦେଖାଇ ଚେରମୂଳି ଚିକିତ୍ସା କରି ଘରେ ଝିଅକୁ ରଖିଥିଲେ । ଚମ୍ପାଙ୍କ ଯନ୍ତ୍ରଣା ଅସହ୍ୟ ହେବା ଓ ଗରିବ ବାପାଙ୍କ ଦୁଃଖ ସହି ନପାରି ଗତ ଦୁଇଦିନ ତଳେ ଚମ୍ପା ଇଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଥିଲେ । ଏହି ଖବର ଜିଲ୍ଲାପ୍ରଶାସନ ନିକଟରେ ପହଁଚିବା ପରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅଜୟ କୁମାର ବୈଠାରୁ ଡାକ୍ତରିଦଳ ଗତକାଲି ଚମ୍ପା ଙ୍କ ଘରକୁ ଯାଇ ତାଙ୍କ ପରିସ୍ଥିତି ଅନୁଧ୍ୟାନ କରି ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତିକରିଛନ୍ତି । ଚମ୍ପା ଙ୍କର ଗୋଡ ହାତର ଶିରା ଗୁଡିକ କିଛି କାମ କରୁନଥିବାରୁ ତାଙ୍କ ହାତଗୋଡ ସବୁ ସରୁହୋଇ ଯାଇଛି, ଏହା ଏକ ବାତ ଜନିତ ରୋଗ ହୋଇ ଥାଇପାରେ,ସେ ରୁଗ୍‌ଣ ଅସୁସ୍ଥ ଥିବାରୁ ତାଙ୍କୁ କିଛି ଦିନପାଇଁ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା କରାଯିବ, ସେ ଟିକିଏ ସୁସ୍ଥ ହେଲାପରେ ଉଚ୍ଚତର ଚିକିତ୍ସା ନିମନ୍ତେ ତାଙ୍କୁ କଟକ କିମ୍ବା ବିଶାଖାପାଟଣା ହସପିଟାଲକୁ ସ୍ଥାନାନ୍ତରିତ କରାଯିବ ବୋଲି ଚମ୍ପାଙ୍କୁ ଚିକିତ୍ସା କରୁଥିବା ମେଡିସିନ ସ୍ପେସାଲିଷ୍ଟ ଡା ପ୍ରଫୁଲକୁମାର ବେହେରା କହିଛନ୍ତି । ଦୀର୍ଘ ୧୩ବର୍ଷ ହେଲା ଚମ୍ପା ରୋଗରେ ପଡି ଗୋଟିଏ ବିଛଣାରେ ଶୋଇ ରହିଥିବାରୁ ତାଙ୍କ ଶରୀର ନିସ୍ତେଜ ହୋଇପଡିଛି, ଦୁଇଦିନର ଚିକିତ୍ସାରେ ସେ ଟିକିଏ ସୁସ୍ଥଆଡକୁ ଗତିକରୁଛନ୍ତି,ବର୍ତମାନ ବାହରକୁ ଯିବା ତାଙ୍କପକ୍ଷରେ ସମ୍ଭବ ପର ହେଉନଥିବାରୁ ଜିଲ୍ଲା ହସପିଟାଲ ରେ କିଛି ଦିନପାଇଁ ରଖାଯାଇ ଡାକ୍ତର ମାନେ ଭଲଭାବରେ ପରୀକ୍ଷା ନିରିକ୍ଷା କରିବା ପରେ ଉଚତର ଚିକିତ୍ସା ନିମନ୍ତେ ତାଙ୍କୁ ବଡ ହସପିଟାଲକୁ ପଠାଯିବାର ବ୍ୟବସ୍ଥା କରାଯିବ, ଚମ୍ପା ଭଲ ହେବା ପର୍ଯ୍ୟନ୍ତ ଜିଲ୍ଲାପ୍ରଶାସନ ପକ୍ଷରୁ ମାଗଣାରେ ତାଙ୍କର ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସିଡିଏମଓ ଡା ଅଜୟକୁମାର ବୈଠାରୁ ସୁଚନା ଦେଇଛନ୍ତି । ମାଲକାନଗିରି ହସପିଟାଲରେ ଭର୍ତି ହେବାପରେ ଚମ୍ପା ଟକିଏ ଗୋଡ ହାତ ହଲାଇବା ଓ ଖାଇବା ଆରମ୍ଭ କରିଥିବାରୁ ଚମ୍ପାଙ୍କ ବାପା ନରସିଂହ ଓ ମା ଦହନା ଙ୍କ ମନରେ ଚମ୍ପା ଭଲ ହୋଇ ଯିବ ବୋଲି ଆଶା ସଚାଂର ହୋଇଛି । ଇଛାମୃତ୍ୟୁ ପାଇଁ ଅନୁମତି ମାଗୁଥିବା ଚମ୍ପା ଏବେ ବଚିଂବା ପାଇଁ ହସପିଟାଲ ଶଯ୍ୟାରେ ସଂଘର୍ଷ ଚଳାଇଛନ୍ତି ।ଯେଉଁ ବୟସରେ ଚମ୍ପା ହସି ଖେଳି ସାଙ୍ଗସାଥି ମେଳରେ ସ୍କୁଲକୁ ଯାଇ ପାଠପଢିବା କଥା ସେହି ବୟସରେ ତାଙ୍କୁ ଅଚିହ୍ନା ରୋଗ ମାଡିବସିଲା, ପାଠପଢିବାର ଇଛାଥିଲେ ମଧ୍ୟ ତାଙ୍କ ହାତଗୋଡ ଚଳୁନଥିବାରୁ ପାଠପଢାରେ ଡୋରି ବନ୍ଧାହୋଇଗଲା । ରୋଗ ଏମିତି ମାଡି ବସିଲା ଯେ ତାଙ୍କର ଶୈଶବ କଣ ଜାଣିପାରିଲେ ନାହିଁ, ଏବେ ତାଙ୍କୁ ୨୫ବର୍ଷ ପୁରି ଯୁବତୀ ଅବସ୍ଥାରେ ପହଁଚି ଥିଲେ ମଧ୍ୟ ଆଗରୁ ଯେମିତି ଛୋଟ ଝିଅଟି ଥିଲେ ଏବେ ବି ସେମତି ଛୋଟପିଲାଟି ପରି ତାଙ୍କଚେହେରା ରହିଛି । ତାଙ୍କ ସାଙ୍ଗ ସାଥି ମାନେ ବିବାହ ହୋଇ ଘରସଂସାର କଲେଣି ହେଲେ ଚମ୍ପା ସେମିତି ବିଛଣାରେ ପଡିରହି ଆଖିରୁ ଲୁହ ଝରାଇ ସେ ଭଲ ହୋଇ ଅଧୁରା ରହିଯାଇଥିବା ପାଠପଢିବା ପାଇଁ ସ୍ୱପ୍ନଦେଖୁ ଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.