Home ଅପରାଧ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଗିରଫ  

ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଗିରଫ  

362

ଭୁବନେଶ୍ୱର/ଯାଜପୁର୧୯ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଧର୍ମଶାଳା ବ୍ଲକ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ମାମଲାରେ ଗିରଫ ହେଲେ ହରିଦାସପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ର।  ରୂପେଶଙ୍କ ସହ ସ୍ମିତାରାଣୀଙ୍କ ଦୀର୍ଘଦିନର ସମ୍ପର୍କ ଥିଲା। ତେବେ କିଛିଦିନ ହେଲା ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଥିଲା ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି। ଗତ କାଲି ଧର୍ମଶାଳା ଥାନା ହରିଦାସପୁର ପଞ୍ଚାୟତର କାର‌୍ୟ୍ୟର୍ନିବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀଙ୍କ ରହସ୍ୟ ଜନକ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଛି ବିଜେପି ଓ କଂଗ୍ରେସ ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏସପି ଚରଣ ସିଂହମୀନାଙ୍କୁ ଉଭୟ ଦଳର ପ୍ରତିନିଧି ଭେଟି ଘଟଣାର ନିରପେକ୍ଷ ତଦନ୍ତ ସହ ମୃତ୍ୟୁର ରହସ୍ୟ ଉନ୍ମୋଚନ ପାଇଁ ଦାବି କରିଥିଲେ । ଏସପି ନିଜେ ଏହି ଘଟଣା ଉପରେ ପ୍ରତ୍ୟକ୍ଷଭାବେ ଦୃଷ୍ଟି ରଖିବା ସହ ଦୁଇଟି ଡାକ୍ତରୀ ଟିମ ଦ୍ୱାରା  ଭିଡିଓଗ୍ରାଫି କରାଯାଇ ବେବଚ୍ଛ୍ୟେଦ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ମତ ରଖିଥିଲେ । ସୁଚନାଯୋଗ୍ୟ- ଧର୍ମଶାଳା ବ୍ଲକର ତଥା ହରଦାସପୁର ପଞ୍ଚାୟତର ପିଇଓ ସ୍ମିତାରଣୀ ବିଶ୍ୱାଳ ଗତ ୧୫ ଓ ୧୬ ତାରିଖ ଦୁଇଦିନ ଧରି ପଞ୍ଚାୟତରେ ଭତା ବାଣ୍ଟିଥିଲେ । ୧୬ ତାରିଖ ମଧ୍ୟାହ୍ନରେ ଭତା ବାଣ୍ଟିସାରି ସରପଞ୍ଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସକୁ ଯାଇଥିଲେ । ରହସ୍ୟ ଜନକଭାବେ ଗେଷ୍ଟ ହାଉସର ୟୁନିରାଲ ମଧ୍ୟରୁ ଓଢଣୀରେ ଝୁଲୁଥିବା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।  ଭତାବାଣ୍ଟି ସାରି କିଭଳି ଓ କେଉଁ ପରିସ୍ଥିତିରେ ସ୍ମିତା ଘରୋଇ ଗୋଷ୍ଟ ହାଉସକୁ ଯାଇଥିଲେ । ଏନେଇ ରୂପେଶ ସ୍ମିତା ଫ୍ରେସ ହେବା ପାଇଁ ଉପରୁ ଯାଇ ବିଳମ୍ବ କରିବାରୁ ତାଙ୍କୁ ଡାକିବାକୁ ଉପରକୁ ଯାଇଥିଲେ । ସେ ନଶୁଣିବାରୁ କବାଟ ତାଡି ଦେଖିଲା ବେଳକୁ ସେ ଝୁଲୁଥିବା କହିଥିଲେ । ଅପରପକ୍ଷେ ତାଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ ବୋଲି ତାଙ୍କ ସ୍ୱାମୀ ଦାବି କରିଛନ୍ତି । ସ୍ମିତା କେବେ ଆତ୍ମହତ୍ୟା କରି ପାରେନା ବରଂ ତାକୁ ପୂର୍ବରୁ ମାନସିକ ଚାପ ଦିଆଯାଉଥିବାର ଅଭିଯୋଗ କରିଥିଲେ । ପୁଲିସ ସିସିଟିଭି ଫୁଟେଜ ସହ ମୋବାଇଲ ଜବତ କରିଛି । ଏନେଇ ରୂପେଶଙ୍କ ସମେତ ୫ ଜଣଙ୍କୁ ଥାନାକୁ ଡାକି ତଦନ୍ତ ଜାରି ରଖିଛି । ଖୁବ ଶିଘ୍ର ଏହି ମୃତ୍ୟୁ ରହସ୍ୟର ପର୍ଦଫାସ ହୋଇପାରିବ ବୋଲି ଗତ କାଲି ଏସପି କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.