Home ଗଞ୍ଜାମ ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

101

କୋଦଳା: ୧୯/୦୯ (ଓଡ଼ିଆ ପୁଅ/ସୁଶାନ୍ତ ପଟ୍ଟନାୟକ) ବୁଧବାର ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ବେଲପଡା ଗ୍ରାମରେ ଅଘଟଣ ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର ଧୋବୁଣି କହଁର (୬୩)ନାମକ ଜଣେ ବୃଦ୍ଧାଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ଦିନ ୧୦ଘଣ୍ଟ ସମୟରେ ସେ ନିଜ ଘର ପାଖରେ ଥିବା ଗୋଜରି ବନ୍ଧ ନିକଟକୁ ଗାଧୋଇବାକୁ ଯାଇଥିବା ସମୟରେ ତାଙ୍କର ଗୋଡ଼ ଖସିଯାଇଥିଲା।ଯାହା ଫଳରେ ସେ ବୁଡି ଯାଇଥିଲେ। ଏହାପରେ ବହୁ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ ଏବଂ ପୋଖରୀ ନିକଟକୁ ଯାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି କରିଥିଲେ। ପୋଖରୀ ଭିତରେ କିଛି ଲୋକ ଖୋଜିବା ସମୟରେ ଗୋଡ଼ରେ ତାଙ୍କ ଶରୀର ବାଜିବାରୁ ଘରଲୋକ ଓ ସ୍ଥାନୀୟ ଲୋ୍କ ମିଶି ତାଙ୍କୁ ପୋଖରୀରୁ ବାହାର କରିଥିଲେ। ଏହାପରେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ସେତବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା। ଘଟଣା ସ୍ଥଳରେ କୋଦଳା ପୋଲିସ ପହଁଚି କେସ ନଂ- ୮/୧୯ ପ୍ରକାରେ ଏକ ଅପମୃତ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.