Home ଓଡ଼ିଶା ନାଗାର୍ଜୁନଙ୍କ ଫାର୍ମ ହାଉସରୁ ଅଜଣା ମୃତ ଦେହ ଉଦ୍ଧାର

ନାଗାର୍ଜୁନଙ୍କ ଫାର୍ମ ହାଉସରୁ ଅଜଣା ମୃତ ଦେହ ଉଦ୍ଧାର

633

ହାଇଦ୍ରାବାଦ,୨୦/୦୯,(ଓଡ଼ିଆ ପୁଅ ପି ନାଏକ): ଲୋକପ୍ରିୟ ତେଲୁଗୁ ସୁପର୍‌ଷ୍ଟାର୍‌ ନାଗାର୍ଜୁନଙ୍କ ଫାର୍ମହାଉସ୍‌ରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ତେଲେଙ୍ଗାନା ସ୍ଥିତ ଫାର୍ମହାଉସ୍‌ରୁ ଏହି ମୃତ ଦେହ ଉଦ୍ଧାର କରାଯାଇଛି । ପୁଲିସ୍‌ର ସୂଚନା ଅନୁଯାୟୀ, ବୁଧବାର ଦିନ ନାଗାର୍ଜୁନ କିଛି ବିଶେଷଜ୍ଞଙ୍କୁ ଉକ୍ତ ଫାର୍ମହାଉସ୍‌କୁ ପଠାଇଥିଲେ। ସେଠାକାର ଜମିରେ କେଉଁ ପ୍ରକାର ଫସଲ କଲେ ଭଲ ହେବ ସେନେଇ ଯାଞ୍ଚ କରିବାକୁ । ତେବେ ସେମାନେ ସେଠାରେ ଉକ୍ତ ଅଜଣା ବ୍ୟକ୍ତିଙ୍କ ମୃତଦେହ ଦେଖି ଖବର ଦେଇଥିଲେ । ନାଗାର୍ଜୁନଙ୍କ ଏହି ଫାର୍ମହାଉସ୍‌ ଶାଦନଗର ବ୍ଲକ୍‌ର ପପିରେଡ୍ଡୀଗୁଡ଼ାରେ ରହିଛି ।

ମୃତଦେହଟି ଫାର୍ମହାଉସ୍‌ର ଏକ ରୁମ୍‌ରେ ପଡ଼ିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହାପରେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ପୁଲିସ୍ ମୃତଦେହଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏହି ଘଟଣାକୁ ନେଇ କେଶମ୍‌ପେଟ୍ ପୋଲିସ୍ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରିନାହିଁ । ତାଙ୍କ ପରିଚୟ ଜାଣିବା ପାଇଁ ପୁଲିସ୍ ପ୍ରୟାସ ଜାରି ରଖିଥିବା ବେଳେ ମୃତ୍ୟୁର କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.