ad
ଓଡ଼ିଶା

ପୁରୀରେ ପୋଲିସର ଏନକାଉଣ୍ଟର

ପୁରୀ,୧୦/୦୯,(ଓଡ଼ିଆ ପୁଅ ପି ନାଏକ): ପୁରୀ ପୋଲିସର ଡବଲ୍‌ ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁଇ ଅପରାଧୀ ହେଲେ ବିଶ୍ବରଞ୍ଜନ ସାହୁ ଓ ଟିକି ଖାନ୍‌ । ସୂଚନାଯୋଗ୍ୟ ଯେ, ପୁରୀ ବାଶେଳୀସାହି ଥାନା ଅଞ୍ଚଳରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରଥମେ ଅପରାଧୀଙ୍କ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ପରେ ପାଲଟା ଗୁଳି ଚାଳନା କରିଥିଲା ପୋଲିସ । ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଦୀର୍ଘଦିନ ହେଲା ପୋଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍ ଥିଲେ । ବିଳମ୍ବିତ ରାତିରେ ଖବର ପାଇ ଚଢାଉ କରିବା ସମୟରେ ଗୁଳି ବିନିମୟ ହୋଇଥିଲା ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top