Home ଓଡ଼ିଶା ପାଟଣାରେ ହାତୀ ଆତଙ୍କ

ପାଟଣାରେ ହାତୀ ଆତଙ୍କ

256

ପାଟଣା,୧୦/୦୯,(ଓଡ଼ିଆ ପୁଅ ପି ନାଏକ): କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ବାଇକଳା ଗ୍ରାମକୁ ବିଳମ୍ବିତ ରାତି ୨୩ ଟିକିଆ ଝାରଖଣ୍ଡୀ ହାତୀପଲ ଧସେଇ ପଶି ଧାନ ଫସଲ ଖାଇବା ସହିତ ଦଳି ଚକଟି ନଷ୍ଟ କରିଛନ୍ତି। ବାଇକଳା ଜଟିଆ ହୁଡ଼ି ଗୋଜିଟାଙ୍ଗିରି ଆଦି ଆଖପାଖ ଅଞ୍ଚଳରେ ଧାନ ଫସଲ ନଷ୍ଟ କରିଛନ୍ତି ।କରଞ୍ଜିଆ ରେଞ୍ଜରୁ ବିଳମ୍ବିତ ରାତିରେ ହାତୀପଲ ଆସି ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲକୁ ଦେଖି ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ବନ ବିଭାଗ ହାତୀଙ୍କ ପଛେ ପଛେ ରହି ହାତୀଙ୍କ ଗତିପଥ ଉପରେ ନଜର ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.