Home ଓଡ଼ିଶା ପଶ୍ଚିମବଙ୍ଗ ରେ ଅଘଟଣ, ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା

ପଶ୍ଚିମବଙ୍ଗ ରେ ଅଘଟଣ, ଭାରସାମ୍ୟ ହରାଇ ଓଲଟିଲା ଡଙ୍ଗା

502

ନୂଆଦିଲ୍ଲୀ,୩୦/୦୯,(ଓଡ଼ିଆ ପୁଅ ପି ନାଏକ):ଆଜି ପଶ୍ଚିମବଙ୍ଗରେ ଏକ ବଡ଼ ଧରଣ ଅଘଟଣ ଘଟିଯାଇଛି । ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲା ଅନ୍ତର୍ଗତ ରୂପନାରାୟଣ ନଈରେ ଏକ ଯାତ୍ରୀବାହି ଡ଼ଙ୍ଗା ଓଲଟିଛି । ଯେତେବେଳେ କି ଏହି ଡଙ୍ଗାରେ ପ୍ରାୟ ୫୦ ରୁ ୬୦ ଯାତ୍ରୀ ଥିଲେ । ଡଙ୍ଗାଟି ଅଧିକ ଯାତ୍ରୀ ନେଉଥିବାରୁ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ସୂଚନା ମିଳିଛି ।

ସୂଚନା ପାଇଁ ମହିଷାଦୋଳ ଏବଂ ତାମଲୁକ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଏ ପର୍ଯ୍ୟନ୍ତ ପ୍ରାୟ ୨୨ ରୁ ୨୪ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ ନିଖୋଜ ଯାତ୍ରୀଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.