Home ଜିଲ୍ଲା ପରିକ୍ରମା ନିଗମାନନ୍ଦ ସ୍ମୃତି ବିଦ୍ୟାପୀଠର ଆଲୁମୀନ କମିଟି ଗଠିତ

ନିଗମାନନ୍ଦ ସ୍ମୃତି ବିଦ୍ୟାପୀଠର ଆଲୁମୀନ କମିଟି ଗଠିତ

27

ବାହାନଗା,୧୨ା୧୨(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ କଲ୍ୟାଣୀ ପଞ୍ଚାୟତର ନିଗମା ନନ୍ଦ ସ୍ମୃତି ବିଦ୍ୟାପୀଠର ପୁରାତନ ଛାତ୍ର ମାନଙ୍କୁ ନେଇ ଆଲୁମିନା କମିଟି ଗଠିତ ହୋଇ ଯାଇଛି । ଏହି କମିଟିରେ ସଭାପତିତ୍ୱ କରିଥିଲେ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେଶ ଚନ୍ଦ୍ର ମହାଳିକ । । ଏହି କମିଟିରେ ସର୍ବ ସମ୍ମତି ଅନୁସାରେ ସଭାପତି ଭାବେ ପୂର୍ବତନ ଛାତ୍ର ପ୍ରଭାକର ମିଶ୍ରଙ୍କୁ ଚୟନ କରିଥିବା ବେଳେ କାର‌୍ୟ୍ୟକାରୀ ସଭାପତି ଭାବେ ଚକ୍ରଧର ବିଶ୍ୱାଳ, ଉପ ସଭାପତି ଭାବେ ବିପିନ ବିହାରୀ ଦାସ, ଜଗନ୍ନାଥ ଜେନା, ସମ୍ପାଦକ ଭ।ବେ ଭଗବାନ ଚନ୍ଦ୍ର ଦାସ, ସହ ସମ୍ପାଦକ ଭାବେ ସୁବ୍ରତ କୁମାର ଦାସ, ପର୍ଶୁରାମ ଦାସ, କୋଷାଧ୍ୟକ୍ଷ ଭ।ବେ ଉଦୟ ନାରାୟଣ ମହାପାତ୍ର , ଉପଦେଷ୍ଟା ଭାବେ ରଞ୍ଜନ କୁମାର ଦାସ, ନିଳାମ୍ବର ମହାଳିକ, ରବିନ୍ଦ୍ର ମହାଳିକ, ବଜୟ କୁମାର ଦାସ, ରସାନନ୍ଦ ଦାସ, କାର୍ତ୍ତିକ ବିଶ୍ୱାଳ,ଫକୀର ଚରଣ ଦାଶ, ଚନ୍ଦ୍ର ଶେଖର ମଳିକ, ପୁରସ୍ତମ ମଲ୍ଲିକ, ପୂର୍ଣ୍ଣ ଚନ୍ଦ୍ର ଦାସ , ଦାଶରଥି ମହାଳିକ, ଶଙ୍କର୍ଷଣ ଜେନା, ଅଭିରାମ ବେହେରା, ହରିଶ ଚନ୍ଦ୍ର ବେହେରା ପ୍ରମୁଖ ମନୋନିତ ହୋଇ ଥିଲେ । ସରକାରରଙ୍କ ଗାଇଡ଼ ଲାଇନ ଅନୁସାରେ ଆଲୁମିନ କମିଟି ସ୍କୁଲର ସମସ୍ତ ଉନ୍ନତି ମୂଳକ କାର‌୍ୟ୍ୟ କରିବ । ସ୍କୁଲ ଏକ ଗୁଣ ଟଙ୍କା ଡିପୋଜିଟ କଲେ ସରକାର ଚାରି ଗୁଣ କରି ତାହାକୁ ସ୍କୁଲର ଉନ୍ନତି ମୂଳକ କାର‌୍ୟ୍ୟରେ ଲଗାଇବ ବୋଲି ଜଣାପଡ଼ିଛି । ଏଥିରେ ବହୁ ପୁରାତନ ଛାତ୍ରଛାତ୍ରୀ‌ଙ୍କ ସହ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.