Home ଓଡ଼ିଶା ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ମଦ ବିକ୍ରି ଅଭିଯୋଗ ଦୋକାନୀଙ୍କ ମାଡ଼ରେ ଆହତ ଯୁବକଙ୍କ ଏତଲା

ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ମଦ ବିକ୍ରି ଅଭିଯୋଗ ଦୋକାନୀଙ୍କ ମାଡ଼ରେ ଆହତ ଯୁବକଙ୍କ ଏତଲା

139

ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ସରକାରୀ ମୂଲ୍ୟଠାରୁ ଅଧିକ ଦରରେ ହେଉଥିବା ବିଦେଶୀ ମଦ ବିକ୍ରିର ପ୍ରତିବାଦ ଯୋଗୁଁ ଦେକାନୀଙ୍କ ଆକ୍ରମଣରେ ଆହତ ଭୀମପୁରା ଅଞ୍ଚଳର ଜନୈକ ବ୍ୟକ୍ତି ଥାନାରେ ଏତଲା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ରେମୁଣା ଗୋଲେଇରେ ଟ୍ରକ୍ ଧନ୍ଦା କରୁଥିବା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭୀମପୁରା ଅଞ୍ଚଳର ସ୍ୱର୍ଗତ ଠକୁର ନାୟକଙ୍କ ପୁତ୍ର ରମେଶ ନାୟକ ସୋମବାର ସଂଧ୍ୟା ପ୍ରାୟ ୫ଟା ୪୫ ସମୟରେ ଗୋଲେଇସ୍ଥିତ ଏକମାତ୍ର ସରକାରୀ ପଞ୍ଜୀକୃତ ଠିପିବନ୍ଦ ବିଦେଶୀ ମଦ ଦୋକାନକୁ ମଦ କିଣିବାକୁ ଯାଇଥିଲେ। ନିଜର ଡେବିଟ୍ କାର୍ଡ଼ରେ ସେ ଆବଶ୍ୟକ ମଦ କିଣିଥିଲେ। ମାତ୍ର ଦୋକନୀ ପ୍ରତି ବୋତଲରେ ସରକାରୀ ମୂଲ୍ୟଠାରୁ ଢେର ଅଧିକ ଟଙ୍କା ନେବା ଯୋଗୁଁ ସେ ଏହାର ପ୍ରତିବାଦ କରିଥିଲେ। ଦୋକାନ ବନ୍ଦ ବେଳେ ମଦନେଲେ ଏମିତି ଅଧିକ ଟଙ୍କା ଦେବାକୁ ପଡ଼େ ବୋଲି ଦେକାନୀ କହିବା ସହ ରମେଶଙ୍କୁ ନାଲିଆଖି ଦେଖାଇଥିଲେ। ନେଇଥିବା ଅଧିକ ଟଙ୍କା ଫେରାଇବା ପାଇଁ ରମେଶ ଜିଦ୍ ଧରିବାରୁ ଦୋକାନର ୩ ଜଣ କର୍ମଚାରୀ ବାହାରକୁ ଆସି ତାଙ୍କୁ ଟାଣିନେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଲୁହାରଡ଼୍ରେ ନିସ୍ତୁକ୍ ମାଡ଼ କରିଥିଲେ। ଏହି ମାଡ଼ରେ ତାଙ୍କ ମୁଣ୍ଡରୁ ରକ୍ତଝରିବା ସହ ସେ ଚିତ୍କାର କରି ତଳେ ପଡ଼ିଯାଇଥିଲେ। ଖବର ପାଇ ପ୍ରାୟ ୧୫ ମିନିଟ୍ ପରେ ଅନ୍ୟ ସାଙ୍ଗମାନେ ଆସି ରମେଶକୁ ତଳୁ ଉଠାଇବା ସହ ଡାକ୍ତରଖାନାକୁ ଆଣିଥିଲେ। ପ୍ରାଥମିକ ଚିକିତ୍ସା ପରେ ନିଜ ପକେଟରେ ଟଙ୍କା ଏବଂ ବେକରେ ସୁନାହାର ନଥିବା ରମେଶ ଜାଣିବାକୁ ପାଇଲା। ଏହାକୁ ନେଇ ଗୋଲେଇ ଫାଣ୍ଡିରେ ସେ ଏତଲା ଦେଇଥିଲେ ବି ଅଦ୍ୟାବଧି ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବା ସେ ଆରୋପ ଉଠାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.