Home ଜିଲ୍ଲା ପରିକ୍ରମା ବହୁଜନ କ୍ରାନ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ମୁସଲିମ୍ ମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର

ବହୁଜନ କ୍ରାନ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ମୁସଲିମ୍ ମୋର୍ଚ୍ଚା ପକ୍ଷରୁ ସ୍ମାରକପତ୍ର

103

ବାଲେଶ୍ୱର, ୩୦ା୭ (ଓଡ଼ିଆ ପୁଅ/ଅଭୟ ଦାସ): ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସ୍ୱର ଉତ୍ତାଳନ ସହ ଉତ୍ତର ପ୍ରଦେଶର ଡାକ୍ତର କାଫିଲ ଖାଁ ଓ ସାଥୀଙ୍କ ଗିରଫଦାରୀର ପ୍ରତିବାଦ କରିଛି ବହୁଜନ କ୍ରାନ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ମୁସଲିମ୍ ମୋର୍ଚ୍ଚା। ଉଭୟ ସଂଗଠନ ବାଲେଶ୍ୱର ଶାଖାର ପ୍ରତିନିଧି ଦଳ ଆଜି ବାଲେଶ୍ୱର ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଡାକ୍ତର କାଫିଲ ଖାଁ ଓ ସାଥୀଙ୍କୁ ବେଆଇନ୍ ଭାବେ ଗିରଫ କରାଯାଇଥିବା ସଂଗଠନର କର୍ମକର୍ତ୍ତାମାନେ ଆରୋପ ଉଠାଇଛନ୍ତି। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥା ମଧ୍ୟରେ ସ୍ୱର ଉଠାଉଥିବା ଗୋଷ୍ଠୀଙ୍କୁ ଦବାଇ ରଖିବାକୁ ଉତ୍ତର ପ୍ରଦେଶ ସରକାରଙ୍କ ଏହି ଉଦ୍ୟମ ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଛନ୍ତି। ଅନ୍ୟାୟ ଭାବେ ଗିରଫ କରାଯାଇଥିବା ବ୍ୟକ୍ତିଙ୍କୁ ସରକାର ତୁରନ୍ତ ଖଲାସ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.