Home ଜିଲ୍ଲା ପରିକ୍ରମା ଧାମରା ରେ ଧାନରୁ ପୋକମରା ବିଷ ବଦଳରେ ଘାସମରା ବିଷ ପକାଇ ୨ ଏକର ଧାନ...

ଧାମରା ରେ ଧାନରୁ ପୋକମରା ବିଷ ବଦଳରେ ଘାସମରା ବିଷ ପକାଇ ୨ ଏକର ଧାନ ପୋଡିଗଲା, ଦୋକାନୀ କ୍ଷତିପୂରଣ ଦେବାକୁ ଦାବୀ

168

ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ରେ ଦିନକୁ ଦିନ ଲାଇସେନ୍ସ ନଥିବା ସାର ଏବଂ କୀଟନାଷକ ଔଷଧ ଦୋକାନୀଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଏହାର ଫଳ ସ୍ୱରୂପ ଠିକ ଭାବରେ କୌଣସି କୀଟନାଷକ ଜଣା ନଥିବା କୀଟନାଷକ ଔଷଧ ଦୋକାନୀ ଆନୁମାନିକ ଷାସ ମରା ଔଷଧ ସିଂଚନ କରିବାକୁ ଦେଇ ୨ଏକର ଧାନ ଜମିକୁ ନଷ୍ଟ କରି ଦେଇଥିବା ଅଭେିଯାଗ ହୋଇଛି । ଘଟଣାରୁ ପ୍ରକାଶ ଧାମରା ନିକଟସ୍ତ ପାଇକସାହି ଗ୍ରାମର ମଢିଆ ଦାସ ନିଜର ଚାଷ ଜମି ନଥିବା ବେଳେ ଦୟାନିଧି ଦାସଙ୍କ ଠାରୁ ୨ଏକର ଚାଷ ଜମି ଭାଗରେ ଆଣି ଚାଷ କରିଥିଲେ । ଗତ ବୁଧବାର ଦିନ ଧାନରେ ଜଉଆ ପୋକ ଲାଗିଥିବା ବେଳେ ସେ ଧାମରା ବଜାରରରେ ଥିବା ସାର ଏବଂକୀଟନାଷକ ଔଷଧ ଦୋକାନ କରିଥିବା ଜଗନ୍ନାଥ ଦାସଙ୍କୁ ଏଥିପାଇଁ ଔଷଧ ଦେବାକୁ କହିଥିଲେ । କୀଟନାଷକ ଔଷଧ ବିକ୍ରିରେ କୌଣସି ଅଭିଞ୍ଜତା ନଥିବା ଜଗନ୍ନାଥ ତାଙ୍କୁ ପୋକମରା ବିଷ ବଦଳରେ ଘାସମରା ବିଷ ଦେଇ ଖରା ସମୟରେ ଏହି ଔଷଧ ସିଂଚନ କରିବା ପାଇଁ କହିଥିଲେ । ଗୁରବାର ଦିନ ମଢିଆ ଦାସ ଦ୍ୱିପ୍ରହର ସମୟରେ ଏହି ଔଷଧ ନେଇ ନିଜର ୨ଏକର ଚାଷ ଜମିରେ ସିଂଚନ କରିଦେଇଥିଲେ । ଔଷଧ ସିଂଚନର ୨ଘଂଟା ପରେ ଧାନ ଗଛ ଗୁଡିକ ଝାଉଁଳିବା ଆରମ୍ଭ କରିବା ସହ ଶୁକ୍ରବାର ଦିନ ୨ଏକର ଚାଷ ଜମି ସଂପୂର୍ଣ ପୋଡି ଯାଇଥିଲା । ଅନ୍ୟ ଉପାୟ ନପାଇ ଗରିବ ଖଟିଖିଆ ମଢିଆ ଦାସ କୀଟନାଷକ ଔଷଧ ଦୋକାନୀ ଜଗନ୍ନାଥ ଦାସକୁ ଭେଟି ୩୦ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦାବୀ କରିଥିଲେ । ଖବର ଲେଖା ହେବା ପର୍ଯ୍ୟନ୍ତ ଏହି କଥାର କୌଣସି ଆଶୁ ସମାଧାନ ହୋଇ ନଥିବା ବେଳେ ଚାଷୀ ମଢିଆ ଦାସ ମେରାଇନ ଥାନାର ଦ୍ୱାରସ୍ଥ ହୋଇ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.