Home କେନ୍ଦୁଝର ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର

219

ହାଟଡ଼ିହି, ୧୧ । ୧୦ :(ଓଡିଆପୁଅ/ବିକାଶ ବିଶ୍ୱାଳ) ଆଜି ଅପରାହ୍ନରେ ଛେନାପଦି ମାର୍କେଟରେ ବାଇକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଚୋରଗଡିଆ ଗ୍ରାମର ଚିତ୍ରସେନ ନାୟକ ନାମକ ଜଣେ ବ୍ୟକ୍ତି ନିଜ ସ୍କୁଟିରେ ଛେନାପଦି ଛକରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ରାସ୍ତାରେ ଯାଉଥିବା ଜଣେ ସାଇକେଲ ଆରୋହୀ ସହିତ ଧକ୍କା ହୋଇ ତଳେ ପଡି ଯାଇଥିଲେ । ସାଇକେଲ ଆରୋହୀଙ୍କର କୌଣସି କ୍ଷତି ହୋଇ ନଥିବାବେଳେ ଚିତ୍ରସେନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନିଆଯାଇ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.