Home ଓଡ଼ିଶା ଦୂତୀଙ୍କୁ କ୍ଷମା ମାଗିଲେ ପପୁ

ଦୂତୀଙ୍କୁ କ୍ଷମା ମାଗିଲେ ପପୁ

319

ଭୁବନେଶ୍ଵର,୨୦/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ):ମିଷ୍ଟର କହ୍ନେୟା ପୋଷ୍ଟର ବିବାଦରେ ଫସିଥିବା ଅଭିନେତା ପପୁ ପମ୍‌ପମ୍‌ ଶେଷରେ କ୍ଷମା ମାଗିଛନ୍ତି ।ବିବାଦୀୟ ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ଏକ ଅଡିଓ ସାମନାକୁ ଆସିବା ପରେ ଏହି ବିବାଦ ଆହୁରି ବଢ଼ି ଯାଇଥିଲା । ଅଡିଓରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତି ଚାନ୍ଦଙ୍କ ମାନହାନି ହେଲାଭଳି ମନ୍ତବ୍ୟ ଦିଆଯାଇଥିଲା । ସେହିପରି ଓଡିଆ ଫିଲ୍ମ ଶଲା ବୁଢାକୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦିଆଯାଇଥିଲା । ଏସବୁ ଉପରେ ପପୁ ଆଜି କ୍ଷମା ମାଗିଛନ୍ତି । ବିଶେଷ ଭାବେ ଦୂତୀ ଚାନ୍ଦଙ୍କୁ ସେ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ‘ଦୂତୀ ମୋ ଭଉଣୀ ଭଳି । ସେ ମୋତେ ପପୁ ଭାଇ ଡାକନ୍ତି । ଫିଲ୍ମ ସୁଟିଂ ବେଳେ ଅନେକ ଫଟୋସୁଟ୍‌ କରାଯାଇଥିଲା । ତେବେ ଯେଉଁ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି ତାହା ଏହି ଫିଲ୍ମର ନୁହେଁ । କି ସେ ବିଷୟରେ ମୁଁ ଜାଣି ନାହିଁ । ଏହି ପୋଷ୍ଟରକୁ ପ୍ରଡକସନ୍‌ ହାଉସ୍‌ ପକ୍ଷରୁ ଛଡ଼ାଯାଇ ନାହିଁ ବୋଲି ସେ କହିଛନ୍ତି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.