Home ଓଡ଼ିଶା ଓଡ଼ିଶା ସରକାରଙ୍କର ରକେଟମାର୍କା ଫାଇଲ୍

ଓଡ଼ିଶା ସରକାରଙ୍କର ରକେଟମାର୍କା ଫାଇଲ୍

175

ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ରକେଟ ଟିଏ ପ୍ରସ୍ତୁତ ହେବା ପାଇଁ ଆବଶ୍ୟକୀୟ ସମରଞ୍ଜାମର ଆବଶ୍ୟକତା ରହିଥାଏ। ବିଭିନ୍ନ ଯନ୍ତ୍ରପାତି ଏବଂ ଆବଶ୍ୟକୀୟ ଇନ୍ଧନ ବିନା ରକେଟଟିଏ ପ୍ରସ୍ତୁତ ହୋଇପାରେନାହିଁ। ଏହା ହେଉଛି ଆଧୁନିକ ବିଜ୍ଞାନର ସମ୍ମତି। ଏକ ନିର୍ଦ୍ଦିଷ୍ଟ ସଂଳାପ ଆଧାର କରି ଆମେ ଏହି ତଥ୍ୟ ଉପସ୍ଥାପନ କରୁଛୁ।

ଗତକାଲି ଓଡ଼ିଶା ସରକାରଙ୍କର ମୁଖ୍ୟ ଶାସନ ସଚିବ ପଦବୀରେ ଯୋଗ ଦେଇଥିଲେ ବରିଷ୍ଠ ଆଇଏଏସି ତଥା ରାଜ୍ୟ ସରକାରଙ୍କର ଦକ୍ଷ ଅଫିସର ଅସିତ୍ ତ୍ରୀପାଠୀ। ଯୋଗ ଦେବାପରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କର ପ୍ରଥମ ବୟାନ ସେ ଦେଇଥିଲେଯେ, ସରକାରୀ ଫାଇଲ୍ ଗୁଡ଼ିକ ରକେଟ୍ ବେଗରେ ଯିବାର ବନ୍ଦୋବସ୍ତକୁ କ୍ରିୟାଶୀଳ କରିବି। ମାତ୍ର ପ୍ରଥମରୁ ଆମେ ଯାହା ଉଲ୍ଲେଖ କଲୁ ରକେଟଟି ପ୍ରସ୍ତୁତ ହେବା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ଓ ଇନ୍ଧନର ସହଯୋଗ ମିଳିଲେ ରକେଟଟି କ୍ଷୀପ୍ର ବେଗରେ ଗତି କରିବ। ମାତ୍ର ଏହି ସଂରଞ୍ଜାମକୁ ଗୁରୁତ୍ତ୍ୱ ଦେବାରେ ମୁଖ୍ୟ ଶାସନ ସଟିବ ପଦକ୍ଷେପ ନେବେକି? ଏହା ଏକ ବିରାଟ ପ୍ରଶ୍ନବାଚୀ। ଚଳଚ୍ଚିତ୍ରର ସଂଳାପ ଭଳି ଗଣ ମାଧ୍ୟମ ସମ୍ମୁଖରେ ବୟାନ ଦେବା ଅତି ସହଜ। ମାତ୍ର ବାସ୍ତବତାରେ କାର୍ଯ୍ୟକାରୀ କରିବା କାଠିକର ପାଠ। ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ୍ ତ୍ରିପାଠୀ ଜଣେ ଦକ୍ଷ ଓ କାର୍ଯ୍ୟକାରୀ ଅଫିସର ଏଥିରେ କୌଣସି ଦ୍ୱିମତ ହେବାର ନାହିଁ। ମାତ୍ର ଗତକାଲି ଦାୟୀତ୍ତ୍ୱ ଗ୍ରହଣ ପରେ ସେ ଯେଉଁ ବିଷ୍ପୋରକ ବୟାନ ଦେଇଥିଲେ ତାହା ଏବେ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟ ଆଲୋଚ୍ୟର ବିଷୟ।

ବୁଦ୍ଧିଜୀବୀଙ୍କ ମତରେ ତଳସ୍ତରରୁ ରକେଟ୍ ବେଗରେ ଫାଇଲ୍ ମୁଖ୍ୟ ଶାସନ ସଚିବଙ୍କ ପାଖରେ ପହଁଚିଲେ ସିନା ସିଏ ରକେଟ ବେଗରେ ଫାଇଲ୍ କୁ ଛାଡ଼ିବେ। ଏଠାରେ ସୂଚନା ଯୋଗ୍ୟଯେ, ମୁଖ୍ୟ ଶାସନ ସଚିବଙ୍କର କାର୍ଯ୍ୟକାଳ ଅତ୍ୟନ୍ତ ସ୍ୱଳ୍ପ ସମୟ ମଧ୍ୟରେ ସୀମିତ। ତେଣୁ ତଳ ସ୍ତରରେ ପ୍ରଶାନିକ କାର୍ଯ୍ୟକୁ ତ୍ୱରାନ୍ୱିତ କରି ରକେଟ ମାର୍କା ପ୍ରସ୍ତୁତ କରିବା ଭିତରେ ବୋଧହୁଏ ତାଙ୍କର କାର୍ଯ୍ୟକାଳ ସରିଯାଇଥିବ। ସରକାରୀ କଳରେ ବରିଷ୍ଠ ପଦବୀରେ କାର୍ଯ୍ୟ କରିବା ସମୟରେ ପ୍ରଶାସନିକ ଅସହଯୋଗ ଓ ରାଜନୈତିକ ଅସହଯୋଗର ସମସ୍ୟା ଅନେକାଂଶରେ ପରିଲକ୍ଷିତ ହୋଇଥାଏ। ତେଣୁ ସ୍ୱଳ୍ପକାଳ କାର୍ଯ୍ୟ ସମୟ ମଧ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଶାସନକୁ କିଭଳି ରକେଟ ବେଗରେ ଗତିଶୀଳ କରାଇ ପାରୁଛନ୍ତି ତାହା ଏବେ ମୁଖ୍ୟ ଆଲୋଚ୍ୟ ବିଷୟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.